Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

3  

Niranjan Mishra

Inspirational

ସମ୍ପର୍କର ହାତ ଧରି

ସମ୍ପର୍କର ହାତ ଧରି

1 min
192



ସମ୍ପର୍କର ନୂଆ ମୁହଁଟିଏ ଯେବେ

ଆଗକୁ ଆସିଲା ମୋର ।

ସେଇ ମୁହଁକୁ ମୁଁ ଆଦରି ବସିଲି

କରିଲି ତାକୁ ନିଜର ।୧।

ଏତିକି ନିଜର କରି ନେଲି ତାକୁ

ସେ ବି ମଣିଲା ନିଜର ।

ଉଭୟେ ନିଜର ହୋଇଗଲୁ ଯେବେ

ନ ଥିଲା ଆପଣା ପର ।୨।

ଦଣ୍ଡେ ହେଲେ କେହି କାହାକୁ ନ ଛାଡୁ

ନିରନ୍ତର ପରସ୍ପର ।

କାୟ ମନ ବାକ୍ୟ ସମ୍ମିଳିତ ହେଲା

ଭାବନା ଏକ ପ୍ରକାର ।୩।

ସମ୍ପର୍କର ହାତ ଧରି ଚାଲୁଥିଲେ

ଘନଘଟା ହୁଏ ଦୂର ।

ଯେତେ ଝଡ ଝଞ୍ଜା ଜୀବନେ ଆସିଲେ

ନ ଥାଏ ତାକୁ ଖାତର ।୪।

ସମ୍ପର୍କର ହାତ ହୋଇଛି ନିବିଡ

ଖସିବନି ତାହା କେବେ ।

ଏ ଯେଉଁ ସମ୍ପର୍କ ଗଢି ଉଠିଅଛି

ଏ ବୟସେ ମୋର ଏବେ ।୫।

ନିଆରା ସମ୍ପର୍କ ଅଟେ ଏ ଆମର

ସ୍ବାର୍ଥ ରହିତ ଏ ସଦା ।

ଅତୁଟ ରହିବ ସମ୍ପର୍କ ଆମର

ଆସୁ ଯେତେ ବିଘ୍ନ ବାଧା।୬।

ସମ୍ପର୍କର ହାତ ଧରି ଚାଲୁଥିବୁ

ରହିଥିବୁ ଯେତେ ଦିନ ।

ସମ୍ପର୍କର ହାତ ଧରି ଚାଲୁଥିଲେ

ନ ଥିବ ଭବ ବନ୍ଧନ ।୭।

ଆମ ସମ୍ପର୍କର ପରିଚୟ ଆମେ

ସଭିଙ୍କର ହୃଦେ ରହି ।

ସଭିଙ୍କର ଦୁଃଖ ହରଣ କରିବୁ

ଦରଦୀ ବନ୍ଧୁଟେ ହୋଇ ।୮।

ତୁମକୁ କହୁଛି ମୋ ବନ୍ଧୁ ସହିତ

ସମ୍ପର୍କ ସ୍ଥାପନ କରି।

ଚାଲୁଥିବ ଯଦି ଆନନ୍ଦ ଲଭିବ

ସମ୍ପର୍କର ହାତ ଧରି ।୯।


Rate this content
Log in

Similar oriya poem from Inspirational