STORYMIRROR

Chittaranjan Nanda

Abstract Action Classics

4  

Chittaranjan Nanda

Abstract Action Classics

ସମ୍ପର୍କେ ହୋଇଛେ ବନ୍ଧା

ସମ୍ପର୍କେ ହୋଇଛେ ବନ୍ଧା

1 min
376



ସମାଜ ସୃଷ୍ଠ, ବ୍ୟକ୍ତି, ପରିବାର ଗୋଷ୍ଠୀ

ସମୁହକୁ ନେଇ 

ମଣିଷ ମଣିଷ ଭିତରେ ସମ୍ପର୍କ, ଏକତା

ସୂତାରେ ଗୁନ୍ଥା ଥାଇ ।


ଜୀବନ ଭିତରେ, ଅନେକ ସମ୍ପର୍କରେ 

ଆମେ ହୋଇଛେ ବନ୍ଧା

ଦୁଃଖ ଓ ସୁଖକୁ ବାଣ୍ଟିଲେ ପାଇବା ଚିର 

ନୂତନତ୍ୱର ମଧୁଛନ୍ଦା ।


ଯୁଗେ ଯୁଗେ ଲୋଭ ,ଅହମିକା, ସ୍ୱାର୍ଥ ରହି

ଥିଲା, ଅଛି ଓ ରହିବ

ସମ୍ପର୍କର ମାନେ ବୁଝିଥିବା ମଣିଷ ସମ୍ପର୍କ 

ତାକୁ କଅଣ କାଟି ପାରିବ।


ପ୍ରାଣ ଅଛି ମଣିଷର, ସେ କେବେ ନୁହେଁ ତ

ଏକ ନିର୍ଜୀବ କାଠଟିଏ

ସ୍ୱାର୍ଥ ହାସଲ ଚିନ୍ତା କେବଳ ଥିଲେ ସମ୍ପର୍କେ 

ଆବେଗେ ମନ ଝୁରି ହେଉଥାଏ ।


ଅସୂୟା, ହିଂସା ଓ କାତର ନିଜ ମନୁ ଦୂର କରି

ସତ୍ୟ ପଥରେ ଯିଏ ଧାଏଁ

ସ୍ୱାର୍ଥହୀନ ତାର ଵିଵେକୀ ହୃଦୟ, ଅନ୍ୟର ଆତ୍ମାକୁ

ଜିଣି ସଂସାରେ ଯଶ ଲଭିଥାଏ ।


ପୁଂଜିବାଦକୁ ରକ୍ଷା କରିବାକୁ ଶିକ୍ଷା ମିଳୁଛି ସମ୍ପର୍କ

ମୂଲ୍ୟହୀନ ଓ ଅର୍ଥହୀନ

ପେଟ୍ରୋଲ ସାଧନକୁ ଦଖଲ କରିବାକୁ ଆଜି ଯୁଦ୍ଧ

ସୃଷ୍ଟି କରନ୍ତି ପୁଂଜିବାଦୀ ରାକ୍ଷାସଗଣ ।


Rate this content
Log in

Similar oriya poem from Abstract