ସମ୍ପର୍କ ସୂତ୍ରରେ
ସମ୍ପର୍କ ସୂତ୍ରରେ
ପକ୍ଷୀ ଦିଏ ପ୍ରେମ୍
କୁଜ୍ଜନର କୁହୁକ ଭିତରେ
ଗଛ ଦିଏ ଛାଇ
ମଣିଷ ଥକା ମେଣ୍ଟାଇ ମାରେ ହାଇ
ଫୁଲ ଫଳ ଖାଇ
ବଗିଚା ଦିଏ ପ୍ରେମ
ନିଜ ହାତରେ ତିଆରି
ସବୁଜିମାରେ କରଲେଉଟାଇ
ସକାଳୁ ଫୁଲ ଫଳ ତଟକା ତଟକା
କି ଆନନ୍ଦ ପାଇ
ସମୁଦ୍ର ପ୍ରେମ୍ କରେ କେତେ କାରେ
ଆସନ୍ତି ଧାଇଁ
ଲହଡ଼ି ଭାଙ୍ଗି ଉଠୁଥାଏ ଜୁଆର କେବେ ଭଟ୍ଟା
ତମ ମୋ ପାଇଁ
ବାଲି କଳା ଓଟ ଘୋଡ଼ା ବାଲିର ଶାମୁକା
କଙ୍କଡ଼ା ବି କଥାକୁହେ କବିତା ଉତ୍ତୁରିବା ପାଇଁ
କୋଣାର୍କ ପ୍ରେମ୍ କରେ
ତତେ ମତେ ସେମାନଙ୍କୁ
ସ୍ମୃତି ସାଉଁଟାଇ, ନର୍ତ୍ତକୀ ନାଚ ତା ଥେଇ
କୋଣାର୍କ ଗଲେ ଫେରିବାକୁ
ଇଚ୍ଛା ହୁଏନାହିଁ
ପତିତ ପାବନ ବାନା ହାତଠାରି
ଡାକୁଥାଇ ଆରେ ଭଉଣୀ ଆରେ ଭାଇ
ଓଡ଼ିଶାରେ କଣ ଅବା ନାହିଁ
ଚତୁର୍ଦ୍ଧାଙ୍କୁ ଚାହିଁଲେ କସ୍ତୁରୀ କସ୍ତୁରୀ ବାସଇ
ଏସବୁ ପ୍ରେମ୍ ଉର୍ଦ୍ଧରେ ଆକାଶ ପା
ପ୍ରମଦିଏ ଯୋଉଠି ବି ଥା ତୁହି
ଜହ୍ନ ତାରା ବଉଦର ଲୁଚକାଳି ଖେଳେ
ଯାଏ ମୁଁ ବିଭୋର ହୋଇ
ଖାଲି ମୁଠେ ଅନ୍ନ ଲୋଡା
ପେଟ ପ୍ରେମ ପାଇଁ
ଆଶ୍ରୟ ଟିକେ ଲୋଡା
ରାତିରେ ଆଖିଏ ସ୍ଵପ୍ନ ଦେଖି
ପ୍ରେମମୟ ପୃଥିବୀରେ
ଆଉ ଦିଘଡି ବଞ୍ଚିଯିବା ପାଇଁ।
