STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ସମ୍ପର୍କ ସୂତ୍ରରେ

ସମ୍ପର୍କ ସୂତ୍ରରେ

1 min
142


ପକ୍ଷୀ ଦିଏ ପ୍ରେମ୍

କୁଜ୍ଜନର କୁହୁକ ଭିତରେ

ଗଛ ଦିଏ ଛାଇ

ମଣିଷ ଥକା ମେଣ୍ଟାଇ ମାରେ ହାଇ

ଫୁଲ ଫଳ ଖାଇ

ବଗିଚା ଦିଏ ପ୍ରେମ

ନିଜ ହାତରେ ତିଆରି

ସବୁଜିମାରେ କରଲେଉଟାଇ

ସକାଳୁ ଫୁଲ ଫଳ ତଟକା ତଟକା

କି ଆନନ୍ଦ ପାଇ

ସମୁଦ୍ର ପ୍ରେମ୍ କରେ କେତେ କାରେ

ଆସନ୍ତି ଧାଇଁ

ଲହଡ଼ି ଭାଙ୍ଗି ଉଠୁଥାଏ ଜୁଆର କେବେ ଭଟ୍ଟା

ତମ ମୋ ପାଇଁ

ବାଲି କଳା ଓଟ ଘୋଡ଼ା ବାଲିର ଶାମୁକା

କଙ୍କଡ଼ା ବି କଥାକୁହେ କବିତା ଉତ୍ତୁରିବା ପାଇଁ

କୋଣାର୍କ ପ୍ରେମ୍ କରେ

ତତେ ମତେ ସେମାନଙ୍କୁ

ସ୍ମୃତି ସାଉଁଟାଇ, ନର୍ତ୍ତକୀ ନାଚ ତା ଥେଇ

କୋଣାର୍କ ଗଲେ ଫେରିବାକୁ

ଇଚ୍ଛା ହୁଏନାହିଁ

ପତିତ ପାବନ ବାନା ହାତଠାରି

ଡାକୁଥାଇ ଆରେ ଭଉଣୀ ଆରେ ଭାଇ

ଓଡ଼ିଶାରେ କଣ ଅବା ନାହିଁ

ଚତୁର୍ଦ୍ଧାଙ୍କୁ ଚାହିଁଲେ କସ୍ତୁରୀ କସ୍ତୁରୀ ବାସଇ

ଏସବୁ ପ୍ରେମ୍ ଉର୍ଦ୍ଧରେ ଆକାଶ ପା

ପ୍ରମଦିଏ ଯୋଉଠି ବି ଥା ତୁହି

ଜହ୍ନ ତାରା ବଉଦର ଲୁଚକାଳି ଖେଳେ

ଯାଏ ମୁଁ ବିଭୋର ହୋଇ

ଖାଲି ମୁଠେ ଅନ୍ନ ଲୋଡା

ପେଟ ପ୍ରେମ ପାଇଁ

ଆଶ୍ରୟ ଟିକେ ଲୋଡା

ରାତିରେ ଆଖିଏ ସ୍ଵପ୍ନ ଦେଖି

ପ୍ରେମମୟ ପୃଥିବୀରେ

ଆଉ ଦିଘଡି ବଞ୍ଚିଯିବା ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action