STORYMIRROR

Madhusmita Prusty

Tragedy Inspirational

3  

Madhusmita Prusty

Tragedy Inspirational

ସମ୍ପର୍କ ବନ୍ଧୁତାର

ସମ୍ପର୍କ ବନ୍ଧୁତାର

1 min
237


ହୃଦୟ ନିବୃତ କୋଣେ ବିରାଜିତ

ଦୁଇ ମନ ପ୍ରାଣ ବସା,

ଜୀବନ ପଥରେ ଚିରନ୍ତନ ସତ୍ୟ

ସମ୍ପର୍କର ପରିଭାଷା |


ଏକ ଆରେକରେ ପ୍ରାଣକେନ୍ଦ୍ର ସ୍ଥିତ

ତ୍ୟାଗ ଯେଉଁଠାରେ ଲୋଡ଼ା,

ବନ୍ଧୁତା ସମ୍ପର୍କ ବିଶ୍ୱାସରେ ଗଢ଼ା

ମନ ଆବେଗରେ ଛିଡ଼ା |


ସୁଖ ଦୁଃଖ ବାଣ୍ଟି ପରସ୍ପର ମଧ୍ୟେ

ବିଶ୍ୱାସ ଜନ୍ମେ ହୃଦରେ,

କୃଷ୍ଣ-ସୁଦାମାଙ୍କ ଅନାବିଳ ସ୍ନେହ

ରଖି ପ୍ରଚ୍ଛଦ ପଟ୍ଟରେ |


ଜୀବନ ପଥରେ ହସ୍ତ ଧରାଧରି

ଚାଲିବାକୁ ହୁଏ ବାଟ,

ବନ୍ଧୁତା ଲୋଡ଼େନି ସ୍ୱାର୍ଥର ସିନ୍ଦୁକ

ଧନଧାନ୍ୟ ପରିପାଟ |


ନିର୍ମଳ ହୃଦୟ ସଦା ଭାବମୟ 

ସ୍ନେହ ପ୍ରେମ ବସା ବାନ୍ଧେ,

ଏକ ଆରେକର ଆବେଗରେ ବନ୍ଧା

ଦୁଃଖ ପାଇଁ ମନ କାନ୍ଦେ |


ଯୁଗେଯୁଗେ ସେଇ ବନ୍ଧୁତା ମହାନ

ସ୍ୱାର୍ଥ ଯହିଁ ମୂଲ୍ୟହୀନ,

ଯେଉଁଠାରେ ଥାଏ ନିସ୍ଵାର୍ଥ ଭାବନା

ବନ୍ଧୁପାଇଁ ବଳୀଦାନ |



Rate this content
Log in

Similar oriya poem from Tragedy