STORYMIRROR

Amita Dash

Romance Inspirational

4  

Amita Dash

Romance Inspirational

#SMBOSS

#SMBOSS

1 min
207

SM BOSS

ପାକେଲା କେଶ


ଧଳା ପାକେଲା କେଶ ରେ ତୋର ନାଲି ସିନ୍ଥି ସିନ୍ଦୂର।

ମଦନ ବାଣ ରେ ଜର୍ଜରିତ ବସନ୍ତର ଚୋରା ପିରତି ମୋର।

ସତେ କି ଲାଗୁଚି ଚଉଠୀ ରାତି କାଲି ଯାଇଚି ଆମର।

ମନ ଭରି ନାହିଁ ଭୋଜି ପରେ ଯାଇଚି ତୋ ପାଖକୁ ପାହାନ୍ତି ରାତି ର।

ଆଜି ଶରୀର ଛୁଇଁଛି ଏକାଅଶୀଟି ବସନ୍ତ।

ହୃଦୟ କହୁଚି ମୋତେ ଯମା ଅଠର।

ମୋ କଥା ମାନି ଗଭା ରେ ନାଇଚୁ ମଲ୍ଲୀ ଗଜରା ମାଳ।

ନାଲି ଶାଢ଼ୀ ସାଙ୍ଗକୁ ନାଲି ତୋ ମଥା ରେ ଟୋପା ସିନ୍ଦୂର।

ପାଗଳ କରେ ଏ ବୟସରେ ନାଲି ଚୁଡ଼ି ରୁଣୁ ଝୁଣୁ ଶବଦ ତା'ର

ପାଦର ପାଉଁଜି କୁହେ ହେଇ,ଶୁଣମ।

ସାବିତ୍ରୀ ପରା ଦିନେ କରେ ଜୁହାର।

ସବୁ ସାବିତ୍ରୀ ବ୍ରତ ରେ ତୁ ଗୋଡ଼ ଧୋଇ ପାଣି ପିଉ ମୋର।

ଇଛା ହୁଏ 'ବଜ୍ର ହେଉ ତୋ କାଚ , ସିନ୍ଦୂର' ,

ଏଇ ଆଶୀର୍ବାଦ ଦେଇ କୁଣ୍ଢେଇ ପକେଇ କରନ୍ତି ଗେଲ।

ଆଖି ତରାଟି କହିବୁ କି !ନେଫଡା ଲୋକ।

ବୁଢ଼ାଟିଏ ହେଲ ,ରସିକ ପଣ ଯାଉନି ତୁମର।

ନାତି, ନାତୁଣୀ ଆଗରେ ଯାହା ଭାଣ୍ଡିଆ କର।

କ'ଣ କରିବି ଗେହ୍ଲେଇ ମୋର।

ଏ ବୁଢ଼ା ବୟସ ସାଥୀ ଦେଉନି,

ଆଉ ବାସର ରାତିର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance