STORYMIRROR

ଅନିଲ କୁମାର ଲେଙ୍କା

Inspirational

3  

ଅନିଲ କୁମାର ଲେଙ୍କା

Inspirational

ସମ୍ବୋଧନ କବିତା:# ଜହ୍ନ #

ସମ୍ବୋଧନ କବିତା:# ଜହ୍ନ #

1 min
227

     

ଆଗୋ ଜହ୍ନ ତୁମେ ଆକାଶ ବୁକୁରେ

     ସତେ ଅବା ହୀରା ମୋତି

ଝଳସି ଉଠିଲେ ରୂପେଲି ରଙ୍ଗରେ

     ଶୀତଳ ଜୋଛନା ପ୍ରୀତି ।।


ସାଗର ମନ୍ଥନ କାଳରେ ସୃଷ୍ଟି ଯେ

    ପୁରାଣେ  ଅଛି  ବର୍ଣ୍ଣନା

ଲକ୍ଷ୍ମୀ ମାତା ଭ୍ରାତା ମାମୁଁ ରୂପେ ଖ୍ୟାତ

     ଏହା ହିଁ ଆମ  କଳ୍ପନା ।।


ଧୀରେ ଧୀରେ ବଢି ଫୁଲ କଢି ସମ

     ପୂର୍ଣ୍ଣମୀରେ  ପୂର୍ଣ୍ଣ ଜହ୍ନ

ଜୋଛନା ବିଧୌତେ ହୁଏ ଚଉଦିଗ

     ଶୁଭ୍ର କିରଣେ  ଆଚ୍ଛନ୍ନ ।।


ଶୁକ୍ଳ ପକ୍ଷେ ନବ କୌମୁଦୀ ଆପ୍ଲୁତେ

      ମହୀ ହୁଏ ଆଲୋକିତ

ଅନ୍ଧାର ରାତିରେ ତାରାଙ୍କ ମେଳରେ

    ତୁମ୍ଭେ ନଭେ ପ୍ରକାଶିତ ।।


ପୂନେଇ ତିଥିରେ ଅନୁପମ ଶୋଭା

     ମନକୁ  କରେ ବାଉଳା

ଉଆଁସୀ ରାତିରେ ଶିଶିରେଣୁ ଆଭା

     ପ୍ରେମୀଙ୍କୁ କରେ ଉତ୍ତଳା ।।


ରୋହିଣୀ ନକ୍ଷତ୍ରେ କ୍ଷୀରାର୍ଣ୍ଣବ ଶମ୍ଭୁ

     କୁମୁଦ  ବାନ୍ଧବ   ବିଧୂ

ମୁକୁଟ  ମଣ୍ଡିତେ  ତୁଷାର  ବରଣେ

     କ୍ଷୀରାବ୍ଧିତନୟ  ଇନ୍ଦୁ ।।


ଜହ୍ନ  ଆଲୋକରେ  ଅନନ୍ତ ଭୂବନ

    ସୌନ୍ଦର୍ଯ୍ୟ ଉପମା ଖଣି

ଗ୍ରହ ଶ୍ରେଷ୍ଠ ଚନ୍ଦ୍ରେ କରୁଛି ପ୍ରଣାମ

     ଦ୍ୱିଜରାଜ  କୃପା ଜାଣି ।।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational