Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banalaxmi Mohanty

Inspirational

4  

Banalaxmi Mohanty

Inspirational

ସମ୍ଭାବନା

ସମ୍ଭାବନା

1 min
178


ସମ୍ଭାବନା 


ଘଟିବାକୁ ଥାଏ ଆଗକୁ ଯାହାତ

   ସେ ଅଟଇ ସମ୍ଭାବନା 

କେବେ ସେ ସୁଖର ସପନ ବୁଣଇ

   କେବେ ଲୁହର ଝରଣା 


ଶିଶୁଟିଏ ଯେବେ ଜନ୍ମିବାକୁ ଥାଏ 

    ନେଇ ନୂଆ ସମ୍ଭାବନା 

ଭବିଷ୍ୟତର ସେ ଦାୟଦ ଆମର

   ହସି ଉଠଇ ଅଗଣା 


ଆକାଶରେ ଯେବେ କଳାମେଘ ଘୋଟେ

   ବର୍ଷର ସମ୍ଭାବନା 

ଚାତକ ହରଷେ ଉଡିବୁଲେ ନଭେ

   ପୁରିବ ମନକାମନା 


ଚାଷୀଭାଇ କ୍ଷେତେ ବିହନ ବୁଣଇ

    ଫସଲର ସମ୍ଭାବନା 

ସାରା ଜଗତକୁ ଖାଦ୍ୟ ଯୋଗାଇବ

    ମନରେ କରେ କଳ୍ପନା 


ଦୈବୀ ଦୁର୍ବିପାକ ବାତ୍ୟା ଓ ବନ୍ୟାର

    ଥାଏ ଯେବେ ସମ୍ଭାବନା

ଚାଷୀର ମୁଣ୍ଡରେ ଚଡକ ପଡଇ

    ସବୁ ସ୍ଵପ୍ନ ହୁଏ ଚୁନା


ସମ୍ଭାବନା କେବେ ସତ ହୋଇଥାଏ

   କେବେ ସେ ମିଳାଇଯାଏ

ତଥାପି ମନୁଷ୍ୟ ସମ୍ଭାବନା ନେଇ

   ଆଗକୁ ହିଁ ବଢିଥାଏ



Rate this content
Log in

Similar oriya poem from Inspirational