ସମାନ ଶିକ୍ଷା
ସମାନ ଶିକ୍ଷା
ପକ୍ଷପାତିତା କାହିଁକି ଏ ସମାଜର ?..
ଗଢି ତ ନଥିଲା ବିହି ଏ ସଂସାର ,
ତରାଜୁୁରେ ତଉଲି ଉଚ୍ଚ ନିଚ୍ଚର ?..
ଭିନ୍ନ ତା କାହିଁକି ପାଳନର ମାନଦଣ୍ଡ
ପୁତ୍ର ଆଉ କନ୍ୟାର ?...
ସଂସାର ଚଳଣି, ରୀତିନୀତିର ,
କିମ୍ପାଇ ମିିିଳେ କନ୍ୟାକୁ ଶିକ୍ଷା ବାଧ୍ୟତାର ?.. ,
ପଢାଯାଏ ପାଠ ପୁଣି ତାକୁ
ଶାଳିନତା, ସଂଯମତା ଓ ଧୈର୍ଯ୍ୟର।
ଶିିିଷ୍ଠତା ଆଚରିିିବା କାର୍ଯ୍ୟ
କ'ଣ ଖାଲି ଝିଅ ଆଉ ବୋହୁର ? ..
ସମାନ ନୁୁହେଁ କାହିଁ ସେମିତି
କର୍ତ୍ତବ୍ୟ ପୁୁଅର କି ଜୋଇଁର?..
ନ ଦେଇ ସୁଶିିକ୍ଷା ପୁୁତ୍ରକୁ
ଦେଉନୁୁ କି ପ୍ରଶ୍ରୟ
ବ୍ୟଭିଚାର ଓ ଅନ୍ୟାୟକୁ ? ...
ଯେଣୁ ମଣେ ଅସୁୁରକ୍ଷିତ
ମା' ଜନ୍ମିବାକୁ କନ୍ୟା ଶିଶୁଟିିିିକୁ ।
ନ ପାରିବା ଯଦି ପାଳି
ସୁସଂସ୍କାର ଦେଇ ନିଜ ପୁତ୍ରଟିକୁ ; ..
ଦମନ କରି କି ପାରିବା
କୁଶିିକ୍ଷା ସୃଷ୍ଟ ନର ରାକ୍ଷସ ଗୁଡିକୁ?..
କେତେ ବା ନିର୍ଭୟାର ନ୍ୟାୟ ରେ
ମାତାଗଣ ଭୁଲାଇବେ ପୁତ୍ର ଶୋକକୁ ?.
ସତ୍ ଶିକ୍ଷାରେ ଗଢିବା ନୁହେଁ କି
ଉଚିତ ସନ୍ତାନର ବାଲ୍ୟ ଜୀବନକୁ ?
ଏ ଦେଶ ଚାଲେ ମିିଛ ଦ୍ୱାହି ଦେଇ ...
" ଉନ୍ନତି ପଥେ ଗଲେଣି ଆଗେଇ
ପୁଅ ଝିଅ କାନ୍ଧକୁ କାନ୍ଧ ମିଳାଇ "
ଭ୍ରଷ୍ଟ ମାନସିିିିକତା କିନ୍ତୁ ବଦଳି ତ ନାହିଁ ।
ଗର୍ବିତ ଭାରତୀୟ ଦୂର ବିଦେଶରେ
ଯେଉଁ ପୂର୍ବ ସଂସ୍କୃତି ଆଧାରେ ;
ଗଲାଣି ଭୁଷୁଡି ସେ କାଳ ଐତିିିହ
ଶଂକିତେ ଦୁହିତା ପିତାମାତା ଏ ଭୂମିରେ।
ଭୁୁଲି ଆଜି ନାରୀ ସମ୍ମାନ ରୀତି
କଳଂକିତ ଦେଶ ଏ
ଦୁଷ୍କର୍ମ ହତ୍ୟା ବର୍ଦ୍ଧିତ ମାତ୍ରାରେ ।
ଆସ ସୁୁୁଜନେ ନୂତନ ସମାଜ ଗଢିବା
ପାଳ ପୁତ୍ରକନ୍ୟାକୁ ସମାନ ଶିକ୍ଷା ସଂସ୍କାରେ,
ସନ୍ତାନଙ୍କୁ ଆମ ଶିଖାଇ ଯିବା
ଉନ୍ନତି ର ପଥ ଏକ ଆଗାମୀ ଜନକୁ ଦେବା ।