STORYMIRROR

Mahesweta Panigrahi

Inspirational Others

3  

Mahesweta Panigrahi

Inspirational Others

ସଳିତା

ସଳିତା

1 min
165


ଜଳିବା ଭାଗ୍ୟ ତ ଆଣିଛି ସଳିତା

ଲେଖି ବିହି ଠାରୁ କରମ,

ଦିପାଳୀ ନେଉଛି ଯେତେ ସବୁ ଶ୍ରେୟ

ସଳିତା ନିଭାଏ ଧରମ।

ଧର୍ମ କରି ଯଶ ପୌରଷ ମିଳେ ଯେ

ମିଳେ କ'ଣ ସତେ ଜଳିଲେ,

ଘନ ଅନ୍ଧାରର ଛାତି ଚିରି ଦେଇ

ଆଲୁଅ କଣିକା ବିଞ୍ଚିଲେ।

ନିଜେ ଜଳିପୋଡ଼ି ପାଉଁଶ ହୁଏ ସେ

ଅକ୍ଷୁର୍ଣ୍ଣ ରହେ ସେ ଦିପାଳୀ,

ନିଶବ୍ଦ ରାତିର ସ୍ତବ୍ଧ ତମସାକୁ

ଦୂର କରେ ନିଜେ ହିଁ ଜଳି।

କିଏ କହେ ତେଲ କିଏ ସେ ଦୀପଟି

କହୁଛି ଜଳୁଛି ବୋଲି,

ଜଳି ପୋଡ଼ି କେତେ ଆଲୁଅ ଦିଏ ସେ

ସଳିତାକୁ ଯାଏ ଭୁଲି।

ହୃଦୟଟି ତା'ର ମୁକୁତା ପରାଏ

ଭୁଲି ଯାଏ ନିଜ ଦାନ,

ନିଜେ ହିଁ ନିଜକୁ ସମର୍ପି ଦିଏ ସେ

ଧନ୍ୟ ତା'ର ଅବଦାନ।

ହାଏରେ ଜୀବନ କେମିତିକା ଖେଳ

ଜଳି ଜଳି ହୁଏ ଶେଷ,

ତଥାପି ଥରେ ତ ଜମା କହେନାହିଁ

କେତେ ହୁଏ ତା'କୁ କ୍ଳେଶ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational