STORYMIRROR

Hrushikesh Satpathy

Romance

3  

Hrushikesh Satpathy

Romance

ସଖୀ ନୁହଁ କଳଙ୍କିନୀ

ସଖୀ ନୁହଁ କଳଙ୍କିନୀ

1 min
13.3K


କଳଙ୍କରେ ଭୟ

 କାହିଁକି ସଜନୀ

  ନୁହଁ ତୁମେ ରାଧା

   ମୁଁ ବି ଶ୍ରୀ କୃଷ୍ଣ ନୁହେଁ।

ରକ୍ତ ମାନ୍ସର

 ମଣିଷ ଟିଏ ମୁଁ

  ଚେହେରାକୁ ନୁହଁ

   ହୃଦୟକୁ ଭଲ ପାଏ।

ଜହ୍ନରେ କଳଙ୍କ

 ନାହିଁ ଲୋ ସଜନୀ

  ତଥାପି ମଣିଷ

   କଳଙ୍କିନୀ ବୋଲି କହେ।

ମୋ ଆଖିରେ ତୁମ

 ଜୋଛନା ଦିଶଇ

  ଅମ୍ଳାନ ପ୍ରତିଭା

   ମୋ' ମନରେ ଛାଇଯାଏ।

ପ୍ରୀତିର ପ୍ରତୀକ

 ସନ୍ଧ୍ୟା ସିନ୍ଦୁରୀମା

  ରାଗ ର ରାଗିଣୀ

   ମମତାର ମଧୁମତୀ।

ମନର ମୟୂରୀ

 ମୃଦୁ ଅଭିମାନୀ

  ମଳୟ ମାଳତୀ

   ତୁମେ ଭିଜା ଭିଜା ରାତି।

ଅତୀତ କାହାଣୀ

 ଯମୁନା ଉଜାଣି

  ତା'ରି ସ୍ମୃତିରେ

   କାହିଁକି ଝରାଅ ଲୁହ !

ଆଗକୁ ଆସୁଛି

 ସୁନ୍ଦର ସନ୍ସାର

  ଏତିକି କହୁଛି

   ସଖା ମୋତେ କରିନିଅ।

ପଥର ଦେଉଳେ

 ନିଶ୍ଚଳ ଠାକୁର

  ଆସନେ ବସାଇ

   ଏ ମଣିଷ ପୂଜା କରେ।

ହୃଦୟ ଆସନେ

 ତୂମକୁ ରଖି ମୁଁ

  ଯତନୁଥିବି ଗୋ

   ସେନେହ ଓ ଶରଧାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance