STORYMIRROR

Bijoy Jena

Inspirational Others

3  

Bijoy Jena

Inspirational Others

ସକାଳର ଜଣାଣ

ସକାଳର ଜଣାଣ

1 min
394


କେଉଁଠୁ ଆସିଛି   କେଉଁଠାକୁ ଯିବି

    ଏକଥା ଜାଣେନି ନାଥ

ଏତିକି ଜାଣିଛି   ତୁମ ଛଡା କେହି

    ସାଥୀ ନାହିଁ ଜଗନ୍ନାଥ।


ଯେଉଁ ଦିନ ତୁମେ  ହାତ ଛାଡ଼ିଦେବ

    ଘୁରି ଯିବ ମୋର ମଥା

ଦୁନିଆ ଦାଣ୍ଡରେ   ନାନାଦି କଷଣ

    ସଂକଟେ ପାଇବି ବ୍ୟଥା।


ମନରେ ପ୍ରଶାନ୍ତି   ଆସିବା ନିମନ୍ତେ

   ତୋ ଠାରେ ନିଏ ଶରଣ

ତୁମେ ଅଛ ବୋଲି ଜଣା ପଡେ ନାହିଁ

   ସରିଯାଏ ମୋର ଦିନ।


ତୁମରି ସୃଷ୍ଟିରେ    ସବୁତ ମହାନ

    ତୁମେ ତାର ଅଧିକର୍ତ୍ତା

ମୁଁ ଅଟେ ଜୀବତ୍ମା  ତୁମେ ପରମାତ୍ମା

   ମୋହର ଭାଗ୍ୟ ବିଧାତା।


ଦୋଷାଦୋଷ ପ୍ରଭୁ  କ୍ଷମା କରିଦେବ

     ଆହେ କ୍ଷମାର ବାରିଧି

ଜନମରେ ଥିଲ   ମରଣେ ରହିବ

     ଏଇ ଭିକ୍ଷା କୃପାନିଧି।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational