Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Deepak Sarangi

Romance

3  

Deepak Sarangi

Romance

ସଜଳ ଆଖିର-କଜଳ ଇଶାରା

ସଜଳ ଆଖିର-କଜଳ ଇଶାରା

1 min
5.2K



ଦୀପକ ଷଡଙ୍ଗୀ

ମହୁମଖା ତୁମ ଓଠର ପରଶକୁ

ଓଠତ ମୋ ଝୁରୁଅଛି ।

ସଜଳ ଆଖିର ତୁମ କଜଳ ଇଶାରା

ମୋତେ ହାତଠାରି ଡାକୁ ଅଛି ।

ତୁମ ମନ ବନେ ଫଗୁଣ ହସିଲେ

ମୋ ମନେ ମଳୟ ବହେ,

ଗୋଲାପି ଓଠରୁ ତୁମ ଝରିଲେ ମହୁ

ମୋ ମନ ମହୁଆ ହୁଏ ।

ତୁମ ବଗିଚାର ବଉଳର ବାସ

ମହ ମହ ମହକୁଛି,

ସଜଳ ଆଖିର ତୁମ କଜଳ ଇଶାରା

ମୋତେ ଖାଲି ଡାକୁଅଛି ।

ତୁମ ସ୍ଵପ୍ନର ଜ୍ୟୋସ୍ନ। ଜୁଆର

ମୋ ମନେ ସପନ ଛାଇ,

ଚାନ୍ଦିନୀ ରାତିର ଚନ୍ଦନ ଶୀତଳେ

ଗୀତ କିଏ ଯାଏ ଗାଇ ।

ସେଇ ଗୀତ ସୁରେ ଫୁଲର ଫଗୁଣ

ରଙ୍ଗ କେତେ ବୋଳୁଅଛି,

ସଜଳ ଆଖିର ତୁମ କଜଳ ଇଶାରା

ମୋତେ ହାତ ଠାରି ଡାକୁଅଛି ।

ଅଧ୍ୟାପକ,ରୋଲାଣ୍ଡ ଫାର୍ମାସୀ କଲେଜ

ଖୋଡାସିଂଗି, ବ୍ରହ୍ମପୁର – ୧୦

Email :sarangi.dipu@gmail.com


Rate this content
Log in

Similar oriya poem from Romance