ମୋର ପରିଚୟ
ମୋର ପରିଚୟ
1 min
227
ମୁଁ ତ ଚନ୍ଦନ ବନର ମତୁଆଲା ଏକ ଝଡ
ମୁଁ ତ ବିଜୟୀ ରାଜ୍ୟର ପରାଜିତ ଏକ ଗଡ
ମୁଁ ତ ସମାପ୍ତ ମନର ଅସମାପ୍ତ ପୂର୍ଣ୍ଣ ଗାର
ମୁଁ ତ ଶାନ୍ତ ଏକ ପଥିକର ବନ୍ଧୁର ପଥର ଧାର
ମୁଁ ତ ପୂର୍ଣ୍ଣମୀ ଜହ୍ନର କଳଙ୍କିତ ସେଇ ଚିହ୍ନ
ମୁଁ ତ ଅମାବାସ୍ୟାର ଅଦୃଶ୍ୟ ରୂପକ ଜହ୍ନ
ମୁଁ ତ ଅନ୍ଧକାର ନିଶିର ଅଶାନ୍ତ ଏକ ଗ୍ରହ
ମୁଁ ତ ସମୁଦ୍ର ବେଳାର ନିଷ୍କ୍ରିୟ ଏକ ଦେହ
ମୁଁ ତ ମରୁ ବାଲୁକାର ଶୁଷ୍କ ଏକ ଜଳ ଧାର
ମୁଁ ତ ଦୁଃଖୀନୀ ମାଆର ଅଶ୍ରୁଳ ଲୁହର ଗାର
