STORYMIRROR

Deepak Sarangi

Abstract Others

3  

Deepak Sarangi

Abstract Others

ଜୀବନର ସନ୍ଧ୍ୟା

ଜୀବନର ସନ୍ଧ୍ୟା

1 min
216

ପଶ୍ଚିମ ଦିଗରେ ଅସ୍ତମିତ ରବି

ସୁଚIନ୍ତି ସନ୍ଧ୍ୟାର ଆଗତ

ମା’ର ପଣତ କାନି ତଳେ ଶୁଏ

ଶିଶୁ ସେହି ନବଜାତ


ମନ୍ଦିରରେ ବାଜେ ଘଣ୍ଟଘଣ୍ଟI

ହୁଏ ସନ୍ଧ୍ୟା ଆରତୀ

ସଞ୍ଜ ହୋଇ ପୁଣି ରାତି ହୁଏ

ଏଇ ତ ପ୍ରକୃତି ର ନିତି


ପକ୍ଷୀ ଫେରେ ନୀଡକୁ ଜଞ୍ଜାଳିତ ମଣିଷ ଫେରେ ଗୃହକୁ

ସୁରୁଜ ବାହୁଡି ଯାଏ ପୁଣି ସାଗର ବକ୍ଷକୁ 


ସନ୍ଧ୍ୟାର ମନୋରମ ଦୃଶ୍ୟକୁ ଆଦରି

କବି କରିଥାଏ କେତେ କଳ୍ପନା

ସାତସୁରେ ଭରା ଛନ୍ଦ ରାଗିଣୀରେ

ବାଜେ ହୃଦୟର ବୀଣା


ମଣିଷ ଜୀବନେ ଆସିଥାଏ ସଞ୍ଜ ଓ ସକାଳ ନିରନ୍ତର

ମୃତ୍ୟୁର ସନ୍ଧ୍ୟା ଆସିଥାଏ ଯେବେ ଅନ୍ତ ହୁଏ ଜୀବନର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract