STORYMIRROR

Deepak Sarangi

Tragedy

3  

Deepak Sarangi

Tragedy

ବିସ୍ଥାପିତର କୋହ

ବିସ୍ଥାପିତର କୋହ

1 min
348

ଉଡା ପକ୍ଷୀଟିଏ ବାନ୍ଧୁଛି ବସା ଗଛର ନହକା ଡାଳରେ

କହି ପାରିବ କି ଏ ମଣିଷ ଟା ଆସିଛି କେଉଁଠୁ ?

କାନ୍ଧରେ ବୁଜୁଳା ସାଙ୍ଗରେ ସ୍ତ୍ରୀ ପିଲା

ତା’ର ଉଜୁଡା ଭବିଷ୍ୟତ ଓ ସଂସାର

ପଚାରିଛ କି ତା’ର ନାଁ ଆଉ ଗାଁ

ଅବଶ୍ୟକ କରିଛ କି ତା’ର ଭୋଟର କାର୍ଡ କି ଆଧାର କାର୍ଡର ସତ୍ୟତା

ଶିଳ୍ପାୟନର ଉଦୟ ଉତ୍ସବରେ

ସଭ୍ୟତାର ଚକ ତଳେ ପେଶୀ ହୋଇ ଯାଉଛି

ଭାଙ୍ଗି ଯାଉଛି ତା’ର ନାଁ,ଗାଁ ଆଉ ଠିକଣା

ମୁଣ୍ଡ ଝାଳ ତୁଣ୍ଡରେ ମାରି ରକ୍ତର ଟୋପା ନିଗାଡି

ଗଢିଥିବା ଘର ,ଶସ୍ୟଭରା କ୍ଷେତ

ବର୍ଷ ବର୍ଷର ଘର କରଣା ,ସାତ ପୁରୁଷର ବଂଶ ବୁନିଆଦି

ପରମ୍ପରା, ଇତିହାସ ଆଜି ସବୁ ତା ପାଇଁ ନଷ୍ଟଭ୍ରଷ୍ଟ

ଏବେ ସେ ବିତାଡିତ ,ନିଜ ଭିଟା ମାଟିରୁ ନିଜ ଐତିହରୁ

ଏବେ ସେ ବିତାଡିତ ନିଜେ ନିଜଠାରୁ

ସାତ ପୁରୁଷର ସ୍ଵର୍ଗୀୟ ପିତୃପୁରୁଷଙ୍କ ଆତ୍ମା

ଆଜି ଦୁର୍ବିସହ କାରାଖାନାର କଳା ଧୂଆଁରେ 

ବିସ୍ଥାପିତଟିଏ ଭୋଗ କରେ ଆଧୁନିକତା ଓ ଶିଳ୍ପାୟନର ଉଗ୍ରଗତି

ଭୋଗକରେ ସବୁ ଯାତନା,ବିରୋଧାଭାଷ ଆଉ ସବୁ ବିପତ୍ତି

ସବୁ ଅବରୋଧ ପରେ ମଧ୍ୟ ସେ ପୁଣି ଅଣ୍ଟା ସଳଖି ଛିଡା ହୁଏ

ଅଚିହ୍ନା ଭୂଇଁରେ କାନ୍ଥ ଉଠାଏ,ପିଲାଙ୍କୁ ପାଠଶାଳାକୁ ପଠାଏ

ପୁଣି ସ୍ଵପ୍ନ ଦେଖେ ଏକ ନୂଆ ସଭ୍ୟତାର,ପରମ୍ପରାର ଓ ନୂତନ ସୂର୍ଯ୍ୟ ଉଦୟର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy