STORYMIRROR

Deepak Sarangi

Tragedy

4  

Deepak Sarangi

Tragedy

ମୁଁ ଗରିବ

ମୁଁ ଗରିବ

1 min
362

ଦୀପକ ଷଡଙ୍ଗୀ


ରସ୍ତାକଡ ଅଳିଆଟେ ମୁଁ

ଫୋପାଡି ଦିଅ ମତେ କଚରା ଡବାରେ


ଦରମଲା କୁକୁରଟେ ମୁଁ

ମୋତେ ମାରି ଦିଅ ପିଟିପିଟି ଠେଙ୍ଗାରେ


ସ୍ଵରହୀନ ସଙ୍ଗୀତଟେ ମୁଁ

ମୋତେ ଗାଇ ଦିଅ କ୍ଷୀଣ ସ୍ଵରରେ


ସବୁ ବୁଝିସୁଝି ଅବୁଝାଟେ ମୁଁ

ମୋତେ ଗାଳି ଦିଅ କୁଶ୍ଚିତ ଭାଷାରେ


ହସି ପାରୁଥିବା ଦୁଖଟିଏ ମୁଁ

ମୋ ଲୁହ ଥରେ ପୋଛି ଦିଅ କୋମଳ ହାତରେ


ଗୋଡ ଥାଇ ପଙ୍ଗୁଟିଏ ମୁଁ

ଚାଲିବାକୁ ଆଶ୍ରା ଟିକେ ଦିଅ ତୁମ କାନ୍ଧରେ


ସବୁଜିମା ଥାଇ ଟାଙ୍ଗରା ଭୁଇଁଟେ ମୁଁ

ଶ୍ମସାନ ସ୍ଥାପନ କର ମୋ ବୁକୁରେ


ଏ ଧନୀ ସମାଜରେ ହୀନଟିଏ ମୁଁ

ମୋ ଆଡେ ଚାହଁ ଥରେ କୃପାଦୃଷ୍ଟିରେ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy