STORYMIRROR

Deepak Sarangi

Others

3  

Deepak Sarangi

Others

ତୁମେ ତ..... ପାରିବ ବୁଝି

ତୁମେ ତ..... ପାରିବ ବୁଝି

1 min
539


ତୁମେ ତ..... ପାରିବ ବୁଝି

ଦୀପକ ଷଡଙ୍ଗୀ

ଲୁହର ତାତିରେ ଲୁହର କବିତା

ଲେଖୁଛି ମୁଁ ବସି ଆଜି

କେହି ନ ବୁଝିଲେ ସାରା ଦୁନିଆରେ

ତୁମେ ତ ପାରିବ ବୁଝି

ମନ ମଶାଣି ର ନିରାଶ ଜୁଇକୁ

କେହି ନ ପାରିଲେ ଦେଖି

ତୁମେ ତ ଦେଖିଛ ମୁଁ ଜଳୁଛି ଏଠି

ପ୍ରେମ ଏକା ଆମ ସାକ୍ଷୀ


ଦୂର ଆକାଶରେ ଅଭିନବ ଜହ୍ନ ମୁହିଁ

ଜୋଛନା ମୋତେ ମାଗନା

ମୁଁ ଏକ ଶୁଷ୍କ ପାହାଡୀ ଝରଣା

ଜଳ ଖୋଜିଲେ ବି ମିଳେନା


ଦିଗହରା ମୁଁ ଯେ କ୍ଳାନ୍ତ ପଥିକ

ପଥକୁ ପାଉନି ଖୋଜି

କେହି ନ ବୁଝିଲେ ନ ବୁଝନ୍ତୁ ପଛେ

ତୁମେ ତ ପାରିବ ବୁଝି


ସହକାରୀ ଅଧ୍ୟାପକ

ରୋଲାଣ୍ଡ୍ ଫାର୍ମାସୀ ମହାବିଦ୍ୟାଳୟ

ଖୋଡାସିଙ୍ଗୀ,ବ୍ରହ୍ମପୁର-୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍