ଏଇ ତ ଜୀବନ
ଏଇ ତ ଜୀବନ
1 min
341
ଜୀବନଟା ନୁହେଁ ମାଟିର କଣ୍ଢେଇ
ଭାଙ୍ଗି ଦେଲେ ଗଢି ଦେବ
ଜୀବନଟା ନୁହେଁ ବାଲିଘର ଖେଳ
ଉଜୁଡିଗଲେ ତୋଳି ଦେବ
ଜୀବନଟା ନୁହେଁ ଫଗୁଣର ଫୁଲ
ସବୁ ଦିନେ ମହକିବ
ଜୀବନଟା ନୁହେଁ କଳ୍ପନା ରାଇଜ
ବାସ୍ତବ ରୁ ଦୂରେ ଥିବ
ଜୀବନଟା ନୁହେଁ ଚାନ୍ଦର ଚାନ୍ଦିନୀ
ସବୁ ଦିନେ ଚମକିବ
ଜୀବନଟା ଏକ ଦୀପର ଶିଖା
ଦିନେ ଜଳି ଜଳି ଲିଭିଯିବ
