STORYMIRROR

Deepak Sarangi

Romance

3  

Deepak Sarangi

Romance

ମୋ ହୃଦୟ

ମୋ ହୃଦୟ

1 min
293


ମନଟି ଥିଲା ମୋର ଯାଯାବର

                  ଆସିଲ ମୋ ହୃଦୟରେ ନେଇ ତୁମେ ଜୁଆର

ଶୁଷ୍କ ହୃଦୟ ମୋ ପାଲଟିଲା ସରୋବର

               ସେଥିରେ ସଜେଇଲ ତୁମେ ଲକ୍ଷେ ପଦ୍ମର ଆସର


ମନର ମିଳନରେ ହେଲା ପ୍ରେମର ସୃଷ୍ଟି

                       ସ୍ଜ୍ଞାହୀନ ଜୀବନରେ ହେଲା ପ୍ରେମର ବୃଷ୍ଟି

ପ୍ରେମର ରଜ୍ଜୁରେ ବାନ୍ଧିଲ ଯେ ମୋତେ

                             ହୃଦୟର ବନ୍ଧ ତିଆରି କଲ କି ସତେ


ମରୁଭୂମିର ଗ୍ରୀଷ୍ମ ପ୍ରବାହରେ ତୁମେ ବସନ୍ତର ଶୀତଳତା

                             ପୁଣି ସେଇ ଶୀତରେ ତୁମେ କମ୍ବଳର ଉଷ୍ମତା

ଶିଖାଇଲ ତୁମେ ମୋତେ ବଞ୍ଚିବାର ମାନେ

                           କରୁଣା ସ୍ରୋତର ନଦୀ ଖେଳାଇଲ ଜୀବନେ


ହୃଦୟର ସ୍ପନ୍ଦନରେ ମନେ ପଡେ ତୁମ କଥା

                           ଆତ୍ମଭରା ହୃଦୟରେ ଖେଳିଯାଏ ବ୍ୟଥା

ନେଇ ଆସ ମୋ ଜୀବନରେ ତୁମେ ସକାଳର ସୂରୁଜ

                                  ନିଛାଟିଆ ହୃଦୟରେ ଖେଳାଇ ଦିଅ ମଉଜ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance