STORYMIRROR

Deepak Sarangi

Others

3  

Deepak Sarangi

Others

ଜୀବନ ର ସ୍ଵପ୍ନ

ଜୀବନ ର ସ୍ଵପ୍ନ

1 min
355

ଜୀବନଟା ହୁଅନ୍ତା କି ଭଅଁରଟିଏ

ଗୁଣୁଗୁଣୁ ଶବ୍ଦରେ ମଧୁରତା ଭରି

କାନକୁ ତା ଗୁଞ୍ଜରଣେ ଅସ୍ଥିର କରାଇ

ଉଦ୍ୟାନ କଢିର ଚାରିପାଖେ ଘୂରି

ତା ମଧ୍ୟରୁ ପୁଷ୍ପରେଣୁକୁ ମୁଁ ସଂଗ୍ରହ କରନ୍ତି


ଜୀବନଟା ହୁଅନ୍ତା କି ରକ୍ତ ବର୍ଣ୍ଣ ଗୋଲାପ କଳିକାଟିଏ

ରୂପରଙ୍ଗ ସୁବାସରେ ମୋ ଦୁନିଆ ହସାଇ

ମନକୁ ତା ମହକରେ ଭରି

ଆଖିରେ ମୋ ଅର୍ଥ ପୂର୍ଣ୍ଣ ଚାହାଣୀ ଫୁଟାଇ

ବଗିଚାର କେଉଁ ଏକ ନିଭୃତ କୋଣରେ

ଦେଖୁ ଥାଆନ୍ତି ପ୍ରକୃତିର ରୂପକୁ ନିରେଖି ନିରେଖି


ଜୀବନଟା ହୁଅନ୍ତା କି ଗୋଟିଏ ସପନ

ଆଖିରେ ମୋ ଚଞ୍ଚଳତା ଭରି

ମନକୁ ମୋ କଲ୍ପନାରେ ଧୋଇ

ହୃଦୟରେ ପ୍ରୀତିର ପସରା ନେଇ

ଉଡି ଯାଆନ୍ତି ସୀମାହୀନ ଗଗନ ପଥରେ

ଭେଟିବାକୁ ମୋ ମନର ପ୍ରିୟ ବସ୍ତୁଟିକୁ  


Rate this content
Log in