STORYMIRROR

Rabindra kumar Sahoo

Classics

3  

Rabindra kumar Sahoo

Classics

ସିଂହ ବାହିନୀ

ସିଂହ ବାହିନୀ

1 min
232

     ତୁ ମା' ଦୁର୍ଗତିନାଶିନୀ

     ବିଶ୍ଵ ବିଜୟିନୀ

        ମହିଷା ମର୍ଦ୍ଦିନୀ

    ଶକ୍ତି ପ୍ରଦାୟିନୀ

        ବିଶ୍ଵ ଜନନୀ

    ତୁ ମା' ଭବାନୀ, ଶିବାନୀ,

        ସିଂହ ବାହିନୀ

      ତୁ ମା' ସିଂହ ବାହିନୀ ।

    ଜଗତ ଜନନୀ 

       ସଂକଟ ହାରିଣୀ

    ତୁହି ମା' ଭୂମି

     ତୁ ମା' ଭୁବନ ମୋହିନୀ

     ସକଳ ଶକ୍ତିର ଉତ୍ସ ତୁ ଜନନୀ

     ଘୋର ସଂକଟ କାଳର

          ଉଦ୍ଧାର କାରିଣୀ

     ତୁ କାଳୀ, ତୁ ଚଣ୍ଡୀ, ତୁ ଚାମୁଣ୍ଡା

     ତୁ କାତ୍ୟାୟନୀ, ତୁ ଜଗତ କର୍ତ୍ତ୍ରୀ

      ମା' ଜଗତ ଜନନୀ

      ଜଗତ କଲ୍ୟାଣ କାରିଣୀ

     ତୁ ମା'ର ଦୁର୍ଗା ଦୁର୍ଗତି ନାଶିନୀ

     ତୁ ମା' ସିଂହ ବାହିନୀ। 

     ପତିତ ଜନଙ୍କ ଉଦ୍ଧାର କାରିଣୀ

      ଦେବ, ମାନବ ଆଦିଙ୍କ

           ରକ୍ଷା କାରିଣୀ

      ବିଶ୍ଵ କଲ୍ୟାଣୀ ତୁ

       ତୁ ମା' ଦାନବ ନାଶିନୀ

      ଜନ୍ମଦାତ୍ରୀ ମା' ଧରିତ୍ରୀ ତୁ

      ତୁ ମା' ଜଗଦ୍ଧାତ୍ରୀ

         ଜଗତ୍ ହିତୈଷିଣୀ

      ଦେବ ମାନଙ୍କ ମଧ୍ୟେ

          ସମ୍ବନ୍ଧ କାରିଣୀ

      ମାତୃଶକ୍ତି, ଆଦିଶକ୍ତି

        ଆଦ୍ୟ ପୂଜ୍ୟା ତୁ ମା'

      ତୁ ଜଗତ୍ ଜନନୀ

      ତୁ ମା' ଦୁର୍ଗା, ଦୁର୍ଗତି ନାଶିନୀ

      ତୁ ମା' ଭବାନୀ, ଶିବାନୀ,

         ସିଂହ ବାହିନୀ

       ତୁ ମା' ସିଂହ ବାହିନୀ ।

      ପାପ ବିନାଶିନୀ,

         ପାପୀ ବିନାଶିନୀ

       ତୁ ମା' ସନ୍ଥ ପାଳିନୀ

      ସକଳ କରୁଣାର

          କରୁଣା କାରିଣୀ

     ତୁ ଲୋ ମା ଯୁଦ୍ଧ କାରିଣୀ

        ଶାନ୍ତି ପ୍ରଦାୟିନୀ

     ଏ ସୃଷ୍ଟିର ସୃଷ୍ଟି କାରିଣୀ

        ସଚରାଚର ଜୀବଜଗତର

         ତୁ ହିଁ ଜନନୀ

     ତ୍ରିପୁର ବିଜୟିନୀ

      ଆଦି ଶକ୍ତି ଆଦ୍ୟ ପୂଜ୍ୟା

      ମା' ଲୋ ତୁ ଦୁର୍ଗତି ନାଶିନୀ

     ଧନ, ଜନ, ଗୋପ ଲକ୍ଷ୍ମୀ

      ସକଳର ଆଶିଷ ଦାୟିନୀ

     ବିଦ୍ୟା ପ୍ରଦାୟିନୀ, ଜ୍ଞାନ ପ୍ରଦାୟିନୀ

      ଜ୍ଞାନ, ବିଜ୍ଞାନ, ସୁଜ୍ଞାନ

      ସର୍ବ ଶକ୍ତିର ପ୍ରଦାୟିନୀ

      ବିଶ୍ଵ ବିଜୟିନୀ, ଦୁର୍ଗତି ନାଶିନୀ

      ଶକ୍ତି ପ୍ରଦାୟିନୀ, ମୁକ୍ତି ପ୍ରଦାୟିନୀ,

        ମୋକ୍ଷ ଦାୟିନୀ

      ତୁ ମା'ଭବାନୀ, ଶିବାନୀ,

         ସିଂହ ବାହିନୀ

        ତୁ ମା' ଦୁର୍ଗା 

           ମା' ସିଂହ ବାହିନୀ

      ଘେନ ବାରେ ମୋ ପ୍ରଣତି

       ମା' ଲୋ ତୁହି ଜଗତ ଜନନୀ

          ମା' ସିଂହ ବାହିନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics