STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ସୀତାଙ୍କ ଅଗ୍ନି ପରୀକ୍ଷା

ସୀତାଙ୍କ ଅଗ୍ନି ପରୀକ୍ଷା

2 mins
208

ମୁଁ ସୀତା

ମୁଁ ଜନକ ଦୁହିତା

ମୁଁ ବୈଦେହି

ମୁଁ ବିଦେହ୍ ରାଜ କନ୍ୟା

ମୋ ପାଇଁ ରାମାୟଣ

ମୁଁ ରାମଙ୍କ ବନିତା।


ମୁଁ ଭୂମିସୁତା

ମୁଁ ଆଯୋନି ସମ୍ଭୁତ

ମୁଁ ସେହି ବେଦମତୀ

ମୁଁ ଲବ କୁଶ ମାତା।


ଅଲିଅଳ ରାଜ କନ୍ୟା

ପିତାଙ୍କର ଗେଲି ଝିଅ

ମୋ ପିତାର ସତ୍ୟ ଥିଲା

ଯେ ଭାଙ୍ଗିବ ଶିବ ଧନୁ

ଦେବେ ସେ ଦୁହିତା।


ତ୍ରିଲୋକ ର ନାଥ ସିଏ ରଘୁନାଥ

ଅଯୋଧ୍ୟା ଧିପତି ଦଶରଥଙ୍କ ର

ଭାଙ୍ଗି ଶିବ ଧନୁ

ହେଲେ ମୋର ଭର୍ତା।


ପିତୃ ସତ୍ୟ ପାଳି ଚତୁର୍ଦ୍ଦଶ ବର୍ଷ ପାଇଁ

ତପଚାରି ବେଶେ ଗଲେ ବନ

ପତି ପରାୟଣା ମୁହିଁ

ପତି ସଙ୍ଗେ କଲି ମୁଁ ବନ ଗମନ

ନ ଥିଲା ମୋ ଚିନ୍ତା।


ପତି ମୋର ଗତି

ପତି ମୋର ମୁକ୍ତି

ପର୍ଣ୍ଣ କୁଟୀର ଦେଉଥିଲା

ରାଜ ଉଆସ ଠୁଁ ଶାନ୍ତି

ମୋ ପାଶେ ଥିଲେ ମୋର କର୍ତ୍ତା


ବିଂଶ ବାହୁ ଦଶା ନ ନ

ଭଗ୍ନୀ ସୃପଣଖା ପ୍ରତିଶୋଧ ପାଇଁ

ଆସିଥିଲା ଧାଇଁ ପଞ୍ଚବଟୀ

କପଟେ ହରିଲା ମୋତେ

କେତେ ଦୁଃଖ ଦେଲା ସତେ

 ସେ ବିଶ୍ଵ ନୀୟନ୍ତା !


ଅଶୋକ ବିପିନେ ରହି

ଭୋଗିଲି ଯେତେ ଯାତନା

ସିନ୍ଧୁ ଲଂଘି ଆସି ହନୁ 

ମୋ କାନ୍ତ ରେ 

 ଦେଲା ସେ ବାର ତା।


ସେତୁ ବାନ୍ଧି କାନ୍ତ ମୋର

ନର ବାନର ବିଭୀଷଣ 

ସୁଗ୍ରୀବ ସହିତେ

ସବଂଶ ନିପା ତ କରି ରାବଣ ର 

ଲୁହାମହି ବୁଲାଇଲେ ଲଙ୍କା।


ସତୀ ମୁହିଁ 

ଅଶ୍ରୁ ମୋର ଅନଳ ଠୁଁ ପ୍ରଖର

ମୋ ନେତ୍ର ଅନଳେ

ଜଳିଗଲ ସମଗ୍ର ସେ ଲଙ୍କା।


ଭାବିଥିଲି କାନ୍ତ ମୋତେ

ସସ୍ନେହେ ନେବେ ଯେ ପାଛୋଟି

ଅପେକ୍ଷାର ଅନ୍ତ ଘଟାଇ

କିନ୍ତୁ! ପରିଣାମ ହୋଇଲା ଓଲଟା


ସତୀତ୍ୱ ର ପରୀକ୍ଷା ପାଇଁ

ଚରିତ୍ର ର ପ୍ରମାଣ ପାଇଁ

ଦେବାକୁ ପଡ଼ିଲା ମୋତେ

 ଅଗ୍ନି ର ପରୀକ୍ଷା।


ପରୀକ୍ଷା ରେ ହୋଇ ମୁଁ ଉତ୍ତୀର୍ଣ୍ଣ

ଆସିଲି ଅଯୋଧ୍ୟା

ରାଜ୍ୟ ଅଭିଷେକ ପରେ

ହୋଇ ରାଜ ରାଣୀ

ଆନନ୍ଦେ ହେଲି ବିମୋହିତା।


ଦୁର୍ଦ୍ଦିନ ମୋ ଛାଡ଼ିଲା ନି ପିଛା

ରଜକ ରଜକି ର କଳି

ପୁଣି ଦେଲା ମୋତେ

ଅସତୀ ର ଆଖ୍ୟା।


ରାଜା ର ଆଦେଶେ

ଦେବର ଲକ୍ଷ୍ମଣ

କାନନ ଭ୍ରମଣ ବାହାନା ରେ

ବାଲ୍ମିକୀ ଆଶ୍ରମ ସମୀପେ

କଲେ ମୋତେ ନିର୍ବାସିତା।


ଅସହାୟ ଅବସ୍ଥା ଜାଣି ମୋର

ମହର୍ଷି ବାଲ୍ମିକୀ

ପାଳିଲେ ଅତ୍ୟନ୍ତ ସ୍ନେହ ରେ

ଯେପରି ନିଜର ଦୁହିତା।


ମୋ ଜଠରୁ ଜନମିଲେ ଲବ କୁଶ

ଶଶିକଳା ପରି ବଢ଼ିଲେ

ଋଷି ତାଙ୍କୁ ଦେଲେ

ବିଦ୍ୟା ଶିକ୍ଷା।


ମୋର ପତି ରାମଚନ୍ଦ୍ର

କରୁଥିଲେ ଅଶ୍ଵମେଧ ଯଜ୍ଞ,

ଯଜ୍ଞ ସ୍ଥଳେ ଲବ କୁଶ

ଗାନକଲେ ରାମାୟଣ,

ଜାଣି ପୁତ୍ର ପରିଚୟ

ବାହୁଡ଼ାଇ ନେବା ପାଇଁ ମୋତେ

ଦେଇଥିଲେ ବାର୍ତ୍ତା।


ଖୁସି ମୋର କହିଲେ ନ ସରେ

ଯାଇଥିଲି ରାଜ ସଭା ମଧ୍ୟେ

ଖୁସି ମୋର ଖୁସି ରେ ରହିଲା

ପୁଣି ଦେବାପାଇଁ ପଡିଲା ମୋତେ

ଅଗ୍ନି ର ପରୀକ୍ଷା।


ବିଚିତ୍ର ଏ ନିୟତି ର ଖେଳ

ଦଇବ ଦଉଡ଼ି ର ଅମାପ ବଳ

ପ୍ରାଣ ମୋର ହୋଇଲା ବିକଳ

 ଧନ୍ୟ ତୁମେ ହେ ବିଶ୍ଵ ନୀୟନ୍ତା।


ହୃଦୟ ମୋ ଭାଙ୍ଗିଗଲା

ସବୁ ସ୍ବପ୍ନ ସରିଗଲା

ଡାକିଲି ବିକଳେ

ହେ ଧରଣୀ ମାତା

ଦେଇ ନ ପାରିବି ଆଉ

ଅଗ୍ନି ର ପରୀକ୍ଷା।


ଜନ୍ମି ଥିଲି କୋଳ ରେ ତୋହର

ନେ ତୋ କୋଳେ କୋଳେଇ

ଡାକୁଛି ଆକୁଳେ ମୁଁ ସୀତା

ଦେଇ ନ ପାରିବି ଆଉ

ଅଗ୍ନିର ପରୀକ୍ଷା

ଦେଇ ନ ପାରିବି ଆଉ

ଅଗ୍ନିର ପରୀକ୍ଷା।

ମୁଁ ସୀତା

   ମୁଁ ଜନକ ଦୁହିତା.... l


Rate this content
Log in

Similar oriya poem from Inspirational