Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ସୀତା ମାତା ଅପରାଜିତା

ସୀତା ମାତା ଅପରାଜିତା

1 min
8



ଆଯୋନୀ ସମ୍ଭୂତା ଜାଣିଲେ ଜନକ

କଲେ ନିଜର ଦୁହିତା

ସ୍ନେହ ଶ୍ରଦ୍ଧା ସହ ଲାଳନ ପାଳନ

ଶ୍ରଦ୍ଧାରେ ଡାକିଲେ ସୀତା

ବିବାହ ଯୋଗ୍ୟା ହୁଅନ୍ତେ ସ୍ଵୟମ୍ବର

ଯେବେ ହେଲା ଆୟୋଜନ

ଶିବ ଧନୁ ଭାଙ୍ଗି ବିଜୟୀ ଶ୍ରୀରାମ

ପତି ରୂପରେ ବରଣ

କାଳର କବଳେ ହୋଇ କରାୟତ

ରାମ ଗଲେ ବନବାସ

ପତିବ୍ରତା ଧର୍ମ ପାଳି ନିଜେ ଆଗଭର

ସାଥେ ପତି ସହ ବାସ


ଜୀବନରେ ମୋଡ ବଦଳିବା ପରେ

ରାବଣ କଲା ହରଣ

ସତୀ ନାରୀ ପରିଚୟ ଦେଇ ଏକା

ରହିଲ ଅଶୋକ ବନ

ହନୁମାନ ଠାବ କଲା ଲଙ୍କା ଗଡେ

ସାତ ସିନ୍ଧୁ ପାରି ହୋଇ

ଶ୍ରୀରାମ ମୁଦ୍ରିକା ବଢାଇ ହାତରେ

ବାର୍ତ୍ତା କହିଲେ ବୁଝାଇ

ସେତୁ ବନ୍ଧ ବାନ୍ଧି ରାମ ଲଙ୍କା ଯାଇ

ଯୁଦ୍ଧରେ ଲଢି ରାବଣ

ଲଙ୍କାରୁ ଉଦ୍ଧାର ହୋଇଲେ ଜାନକୀ

ଯେବେ ରାବଣ ନିଧନ

ଲୋକ ଲଜ୍ଜ୍ୟା ସହି ନ ପାରି ଶ୍ରୀରାମ

ଅଗ୍ନି ପରୀକ୍ଷା କରାଇ

ସତୀତ୍ୱ ର ପରାକାଷ୍ଠା ଦେଖାଇଲ

ଅଗ୍ନି ରୁ ବାହାର ହୋଇ

ସତୀ ପଦ ସୀତା ନାମ ସହ ଯୋଡ଼ି

ଆଦର୍ଶ ହୋଇ ରହିଲ

ପୁଣି ନିର୍ବାସନ ଦଣ୍ଡ ବିଧାନ ରେ

ବାଲ୍ମିକୀ ଆଶ୍ରମେ ଗଲ

ଲବ କୁଶ ଜନ୍ମ ଦେଇ ହେଲ ଧନ୍ୟ

କହିଲ ଶ୍ରୀରାମ ଗୁଣ

ଆଦର୍ଶ ମାତା ଭୂମିକାରେ ଜୀବନ

ବିତିବା ହୋଇଲା ଧନ୍ୟ

ଅଶ୍ଵମେଧ ଯଜ୍ଞ ବେଳେ ପରିଚୟ

ଲବ କୁଶ ଶ୍ରୀରାମ ସହ

ପାଛୋଟି ଆଣିଲେ ଅଯୋଧ୍ୟା ନଗରୀ

ରହିଲ ସ୍ଵାମୀଙ୍କ ସହ

କାଳ କ୍ରମେ ଧରଣୀ ମାତା କୋଳରେ

ରହିଗଲ ଚିର ଦିନ

ଝୁରି ହେଲେ ଲବ କୁଶ ଓ ଶ୍ରୀରାମ

ଝୁରି ହେଲେ ପ୍ରଜା ଗଣ


ଆଦର୍ଶ କନ୍ୟା,ସ୍ତ୍ରୀ,ମାତା ଭୂମିକା

ସୁଚାରୁ ରୂପେ ତୁଲାଇ

ସ୍ୱର୍ଣାକ୍ଷରେ ଲିପିବଦ୍ଧ ସତୀ ସୀତା 

ଯୁଗେ ଯୁଗେ ଅଛି ରହି

ସୀତା ମାତା,ତୁମେ ଚିର ବନ୍ଦନୀୟ

ବର୍ଣିବାକୁ ନାହିଁ ଭାଷା

ଦେବୀ ରୂପେ ତୁମ ଆରାଧନା ହୁଏ

ଭକ୍ତଙ୍କ ସାହା ଭରଷା

ପ୍ରତି କ୍ଷେତ୍ରରେ ବିଜୟୀ ହୋଇଛ

ତୁମେ ହିଁ ଅପରାଜିତା

ଭାରତୀୟ ସଂସ୍କୃତିରେ ସତୀ ସୀତା

ନମ୍ରତା ସହ ପୂଜିତା ।।


Rate this content
Log in

Similar oriya poem from Abstract