STORYMIRROR

Baijayanti Prasad

Drama

3  

Baijayanti Prasad

Drama

ସୀମାରେଖା

ସୀମାରେଖା

1 min
13.2K


ସୀମାରେଖାରେ ତମେ ଥିଲ,
ଆଉ ପଛରେ ମୁଁ ଥିଲି

କାହିଁକି କେଜାଣି ଲାଂଘି ପାରିଲିନି ତମ ସାଥେ,
ବୋଧେ ତମେ ଆଉ ତମେ ହୋଇ ନ ଥିଲ,
ପାଲଟି ଯାଇଥିଲ ପଥ ହଜା ଦିଗ ହଜା ପଥିକ
କୁଆଡେ ଯାଇଥାନ୍ତି ମୁଁ ତମ ସାଥେ?????
ସେଥିପାଇଁ ସୀମାରେଖା ଲାଂଘିବାକୁ କହିଲ ବୋଧେ...

ଆଜି ଏ ସୀମା ତା ସୀମା ଜାଣେ...
ଅନ୍ଧ ବିଶ୍ୱାସକୁ ଛାଡ଼ି ଆଶାର ଆଲୋକ ଖୋଜିଲାଣି
ବୋଧ ହୁଏ ସେଥିପାଇଁ ଅଟକି ଗଲି ...

ନିଜର ସଂଜ୍ଞାକୁ ହରାଇବାକୁ ଚାହେଁନି
ସେଥିପାଇଁ ତମ ହାତ ଛାଡିବାକୁ ବାଧ୍ୟ ହେଲି ....

ତମକୁ ଅଟକାଇବି ପାରିଲିନି,
କାରଣ ତମେ ଏକ ଅବୁଝା ପଥିକ
ତମ ସହିତ ଚାଲି ମୁଁ ହଜିବାକୁ ନୁହେଁ,ନିଜକୁ ପାଇବାକୁ ଚାହେଁ...

ଯାହା ଆଉ ସମ୍ଭବ ନୁହେଁ ତମ ସାଥେ
ଏବେ ମୁଁ ଏକା ମୋ ସାଥି.....


Rate this content
Log in

Similar oriya poem from Drama