STORYMIRROR

Baijayanti Prasad

Inspirational

2  

Baijayanti Prasad

Inspirational

ଥରେ ଥରେ

ଥରେ ଥରେ

1 min
13.7K


ଥରେ ଥରେ ପଛକୁ ଫେରି ଚାହିଁବାକୁ ଭଲଲାଗେ ,
ଖୁସି ସବୁ ହାତମୁଠାରେ ଥିଲା ଭଳି ଲାଗେ ,

କେଜାଣି କାହିଁକି ସେ ଏତେ ନିଜର

ସମୟର ପରିସ୍ଥିତିରେ ଦୁଇଟି ଚଢେଇ ଦିଗ ହଜାଇଲେ,
ଜଣେ ସମୟର ଅଡୁଆ ସୂତାରେ ଛଟପଟ ତ ଆଉଜଣେ ଭୁଲବୁଝାମଣାର କୋଠରୀରେ

ନା ଦୂରତା ନା ଝଡ କିନ୍ତୁ ଆଜି ସବୁ ପରିଷ୍କାର 
ତୁମକୁ ପାଖରେ ନପାଇ ଦିଗ ହଜାଇ ଯାଇଥିଲି
କାନ ପାଖରେ ଚୁଗୁଲି କଥାର ଖେଳ ଚାଲିଥିଲା ତମ ନାଆଁରେ,

ଗଲା ପରେ ଥରେ ବି ଲେଉଟିକି ଚାହିଁଲନି
କେତେ ଲୁହର ଧାରକୁ ପୋଛିଚି ଜାଣିଛ ???

ଏତେ ଦିନର ବ୍ୟବଧାନରେ ସେ ବାଟ ବି ବଦଳିଯାଇଛି ,
ନା ତମେ ଫେରିପାରିବ ନା ମୁଁ
ଖାଲି ଦୁହେଁ ଦୁହିଁଙ୍କ ଆଇନା ହେଇପାରିବା ସେହି ସ୍ଵପ୍ନ ଭରା ଆଖିରେ...


Rate this content
Log in

Similar oriya poem from Inspirational