STORYMIRROR

Baijayanti Prasad

Drama Abstract

3  

Baijayanti Prasad

Drama Abstract

ହଜି ଯାଇଛି ଦେହ

ହଜି ଯାଇଛି ଦେହ

1 min
13.6K


କିଛିବାଟ ଫେରିବାକୁ ପଡେ
ଅକୁହା କିଛି କଥା ହାତ ଧରି ଟାଣେ ..

ଥିଲା,ଆଜି ଆଉ ଥିବ ଭିତରେ ଶରୀର ବନ୍ଧା
ସେଥିପାଇଁ ସମୟ କାଳ ,ବର୍ତ୍ତମାନ ଆଉ ଭବିଷ୍ୟତ ଭିତରେ ନିଜର ଅସ୍ତିତ୍ୱ ଖୋଜୁଛି

ଦେହ ଆତ୍ମା ସହିତ ଜଡିତ
କିନ୍ତୁ ମନ ଦେହକୁ ଦେହ ସହିତ ଯୋଡ଼ିବାରେ ବ୍ୟସ୍ତ

ରାତିଶଯ୍ୟାରେ ଚିକମିକ ଲାଗୁଥିବା ଦେହ
ଦିନ ଆଲୁଅରେ ଅଜଣା ଲାଗେ ,
ଭୋକ ମେଣ୍ଟାଉଥିବା ସେ ମାଂସଧାରୀ
ସମାଜ ଆଖିରେ ଘୃଣ୍ୟ ହେଇଯାଏ ..

ଅପବିତ୍ର ମାନସିକତାକୁ ଧରି ବୁଲୁଥିବା ଲୋକ
ଅନ୍ୟକୁ ପବିତ୍ରତାର ଜ୍ଞାନ ବାଣ୍ଟି ବୁଲେ

ନା ଦେହର ଭୁଲ ନା ମନର,
ଏ ତ ମାନସିକତାର ଜଡ
ଯାହା ବାନ୍ଧି ରଖିଛି ବାସ୍ତବିକତା.....

 


Rate this content
Log in

Similar oriya poem from Drama