STORYMIRROR

Baijayanti Prasad

Drama

2.5  

Baijayanti Prasad

Drama

ଜୋର ପବନ

ଜୋର ପବନ

1 min
13.7K


ବନ୍ଦ ହୋଇଯାଇଥିଲା ସେହି କବାଟ ପବନ ର ସେହି ଜୋର ବେଗରେ,
ବାଡେଇ ହୋଇଥିଲା ଏତେ ମାତ୍ରା ରେ ଯେ ତା ଶବ୍ଦ ରେ ଆଜି ବି ଡରିଯାଏ,
ସେଥିପାଇଁ ବନ୍ଦ କରିଦେଇଥିଲି ତାକୁ ସବୁଦିନ ପାଇଁ...

ତଥାପି ମନକୁ ବାନ୍ଧି ରଖିପାରୁ ନାହିଁ,ଖୋଲି ଦେବାକୁ ଚାହେଁ ଥରେ
ଦେଖିବାକୁ ସେ ସୁନ୍ଦର ତୃପ୍ତି କୁ...

ହଁ ସୁନ୍ଦର ତୃପ୍ତି ର ଅବସାଦ ନାହିଁ
ଯେତେ ଦେଖୁଥିଲେ ନୂଆ ଦିଶୁଥାଏ
କିନ୍ତୁ ମୋ ପାଇଁ ବୋଧେ ସେ ପୁରୁଣା ହୋଇଗଲାଣି,

ଝରକାର ଆଢୁଆଳରେ ଥରେ ଦେଖିବାକୁ ଚାହେଁ ତାକୁ
କିନ୍ତୁ ପୁଣି ସେହି ଜୋର ପବନର ଝଟକାଟି ପଛକୁ ଫେରେଇନିଏ ମତେ
ପୁଣି ନୂଆ କରି ଘର ତୋଳିବି ନା ସେ ପୁରୁଣା କୋଠରୀରେ ବନ୍ଦ ହୋଇରହିବି ?????

ଯଦି ତୋଳିଲି ମୁଁ ନୂଆ ଘର ଶକ୍ତ କରି ଗଢିବି ତାକୁ ,
ପୁଣି ବିଶ୍ୱାସ ଭରସା ଦେଇ
କିନ୍ତୁ ସେତ ରହିବ ଏକ କୋଠରୀ ଭଳି,
କାରଣ ହୁଏତ ସେ ପ୍ରେମର ଇଟା ନଥିବ ସେଥିରେ...

ପୁଣି ଚାହେଁ ଆଉ ଥରେ ବଞ୍ଚିବାକୁ,
ଆଉ ଖୋଲିବାକୁ ଚାହେଁ ମନର ଦ୍ୱାର
ଥରେ ଠକ ଠକ କର ହାତରେ ପ୍ରେମ ଚାଙ୍ଗୁଡ଼ାକୁ ଧରି.....💐💐💐😌


Rate this content
Log in

Similar oriya poem from Drama