ସୀମାନ୍ତ
ସୀମାନ୍ତ
ଏପାଖେ ନଦୀ ନାଳ ଭରା ବଣ ପର୍ବତ
ସେପାଖେ ନଦୀ ନାଳ ଭରା ବଣ ପର୍ବତ
ଏପାଖୁ ବହେ ପୂରୁବା
ବହେ ନଦୀସ୍ରୋତ ଚିରାଚରିତ
ସେପାଖୁ ପଶ୍ଚିମା ଅବିରତ
ଏପାଖେ ସଭ୍ଯସମାଜର ସଭ୍ୟ ମଣିଷ
ସେପାଖେ ବି ମଣିଷ ହିଁ ଆତଯାତ
ସବୁଜିମା ପଳେ ଖେଳୁଛି ପ୍ରକୃତି ସତ
ଅଥଚ ଏଠି ସର୍ବଦା
ହିଂସା, ଦ୍ଵେଷ, କଳହ, ଅଶାନ୍ତ
ପକ୍ଷୀଟିଏ ଉଡିଗଲେ
ଉଡୁଥାଏ ଗୋଳା ବାରୁଦ ତୋପ
ଗଛଟିଏ ଦୋହଲି ଗଲେ
ଖଣ୍ଡ ବିଖଣ୍ଡିତ ହୁଏ ପଞ୍ଚମହାଭୂତ
କେବେ କେବେ
ଛାଡିବାକୁ ପଡେ ଭିଟାମାଟି
କେବେ ପୁଣି ମରି ମରି
ବଞ୍ଚିବାକୁ ହୁଏ ଦିନରାତି
ସବୁଠି ଖେଳିସାରିଛି ଆତଙ୍କ
ସୀମାନ୍ତରେ ଏବେ
ଝୁଳୁଛି ଜୀବନ ଭବିଷ୍ୟତ
ଡରଲାଗେ ମଣିଷ ରୂପରେ
ବଞ୍ଚିବାକୁ ଜୀବନ ଆଗତ
ଯେଉଁଠି ମଣିଷ ପଲଟିଯାଏ ପଶୁଠାରୁ ନୀଚ
ଏ ଯେଉଁ ସୀମାନ୍ତ
ରେଖାଙ୍କିତ ଭୌଗୋଳିକ
ଯାହା ମଣିଷ କୃତ
ନିଜ ଭିତରେ
ନିଜକୁ ନେଇ ବଞ୍ଚିବା ପାଇଁ ତ
ଭୂଗୋଳକୁ କର ନାହିଁ ଇତିହାସ
କାରଣ, ଇତିହାସ କହିଥାଏ ଅତୀତ
ବର୍ତ୍ତମାନକୁ ନେଇ ଭବିଷ୍ୟତ
ଯଦି ଭବିଷ୍ୟତକୁ
ଗଢିବାକୁ ଚାହଁ କରି ଟେକ
ତେବେ ବାହାର କର
ମଣିଷ ଭିତର ମଣିଷ ଟିକକ
ଛାଡିଦେଇ ରାଗ, ହିଂସା, ଦ୍ଵେଷ
ବାଢିବସ ଶାନ୍ତି, ମୈତ୍ରୀ, ପ୍ରୀତି ରସ
ନହେଲେ ତମେ କିଏ ଆମେ କିଏ
ଯେଉଁଠି
ଗୋଟିଏ ମାଟିରେ ଗଢା ସାରା ବିଶ୍ଵ
