STORYMIRROR

Amitav Sahu

Inspirational

3  

Amitav Sahu

Inspirational

ସୀମାନ୍ତ

ସୀମାନ୍ତ

1 min
444

ଏପାଖେ ନଦୀ ନାଳ ଭରା ବଣ ପର୍ବତ

ସେପାଖେ ନଦୀ ନାଳ ଭରା ବଣ ପର୍ବତ

ଏପାଖୁ ବହେ ପୂରୁବା

ବହେ ନଦୀସ୍ରୋତ ଚିରାଚରିତ

ସେପାଖୁ ପଶ୍ଚିମା ଅବିରତ

ଏପାଖେ ସଭ୍ଯସମାଜର ସଭ୍ୟ ମଣିଷ

ସେପାଖେ ବି ମଣିଷ ହିଁ ଆତଯାତ

ସବୁଜିମା ପଳେ ଖେଳୁଛି ପ୍ରକୃତି ସତ

ଅଥଚ ଏଠି ସର୍ବଦା

ହିଂସା, ଦ୍ଵେଷ, କଳହ, ଅଶାନ୍ତ


ପକ୍ଷୀଟିଏ ଉଡିଗଲେ

ଉଡୁଥାଏ ଗୋଳା ବାରୁଦ ତୋପ

ଗଛଟିଏ ଦୋହଲି ଗଲେ

ଖଣ୍ଡ ବିଖଣ୍ଡିତ ହୁଏ ପଞ୍ଚମହାଭୂତ


କେବେ କେବେ

ଛାଡିବାକୁ ପଡେ ଭିଟାମାଟି

କେବେ ପୁଣି ମରି ମରି

ବଞ୍ଚିବାକୁ ହୁଏ ଦିନରାତି

ସବୁଠି ଖେଳିସାରିଛି ଆତଙ୍କ

ସୀମାନ୍ତରେ ଏବେ

ଝୁଳୁଛି ଜୀବନ ଭବିଷ୍ୟତ

ଡରଲାଗେ ମଣିଷ ରୂପରେ

ବଞ୍ଚିବାକୁ ଜୀବନ ଆଗତ

ଯେଉଁଠି ମଣିଷ ପଲଟିଯାଏ ପଶୁଠାରୁ ନୀଚ


ଏ ଯେଉଁ ସୀମାନ୍ତ

ରେଖାଙ୍କିତ ଭୌଗୋଳିକ

ଯାହା ମଣିଷ କୃତ

ନିଜ ଭିତରେ

ନିଜକୁ ନେଇ ବଞ୍ଚିବା ପାଇଁ ତ

ଭୂଗୋଳକୁ କର ନାହିଁ ଇତିହାସ

କାରଣ, ଇତିହାସ କହିଥାଏ ଅତୀତ

ବର୍ତ୍ତମାନକୁ ନେଇ ଭବିଷ୍ୟତ


ଯଦି ଭବିଷ୍ୟତକୁ

ଗଢିବାକୁ ଚାହଁ କରି ଟେକ

ତେବେ ବାହାର କର

ମଣିଷ ଭିତର ମଣିଷ ଟିକକ

ଛାଡିଦେଇ ରାଗ, ହିଂସା, ଦ୍ଵେଷ

ବାଢିବସ ଶାନ୍ତି, ମୈତ୍ରୀ, ପ୍ରୀତି ରସ

ନହେଲେ ତମେ କିଏ ଆମେ କିଏ

ଯେଉଁଠି

ଗୋଟିଏ ମାଟିରେ ଗଢା ସାରା ବିଶ୍ଵ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational