STORYMIRROR

MADHU MITA

Classics Inspirational

3  

MADHU MITA

Classics Inspirational

ସ୍ଵୀକାର୍ଯ୍ଯ

ସ୍ଵୀକାର୍ଯ୍ଯ

1 min
157


ତୋ ଉଷ୍ମ କୋଳରେ ମୁଣ୍ଡ ରଖି..

ତୋ ଛତ୍ରଛାୟାରେ ନିଜକୁ ସମର୍ପି..!!

ବେଳେବେଳେ ଇଚ୍ଛା ହୁଏ ..

ତୋତେ ହିଁ ଟିକେ ..

ଦେଖନ୍ତି କି ଆତ୍ମାଦୃଷ୍ଟିରେ ନିରେଖି..!!


ତୋ କୋମଳ ପରିପକ୍ୱ ନୀଲିମାକୁ..!!

ଆଉ ଟିକେ..

ଆଖି ଝଲସେଇ ଦେଉଥିବା ତୋ ଔଜଲ୍ୟକୁ..!!

ଅବା କହ..

ତୋ ଅପରିସୀମ ପରିବ୍ୟାପ୍ତ ଅବୟବକୁ..!!


ଶୁଣନ୍ତି କି ଥରେ..!!

ତୋ ବଳୟରେ ସୁରକ୍ଷିତ ରହି..!!

ତୋ ଦିଗନ୍ତ ଶୂନ୍ୟ..

ପ୍ରକାଶିତ ଅପ୍ରକାଶ୍ୟ ପରିଭାଷାର ..

ସ୍ମିତହାସ୍ୟ ସମ୍ମିଳିତ ଆଦିମ ପ୍ରକାଶକୁ..!!


ଛୁଅନ୍ତି କି ଥରେ..!!

ସେ ଅପହଞ୍ଚ ହାତ ପାହାନ୍ତର..

ପ୍ରାପ୍ୟ ଅପ୍ରାପ୍ତି ଛୁଆଁର ସୀମା ବହିର୍ଭୁତ ଥିବା..!!

ତୋ ସ୍ନିଗ୍ଧ ଜ୍ୱଳନ୍ତ କାୟାର..

ଅଛୁଆଁ ଅନିର୍ବଚନୀୟ ସ୍ୱର୍ଗୀୟ ସ୍ପର୍ଶକୁ..!!


କିନ୍ତୁ ତୁ ହିଁ କହ..

ଚୁକ୍ତି ସ୍ଵୀକାର୍ଯ୍ୟ କି ତୋତେ ..??

ତୁ କଣ କେବେ ଆପଣେଇ ପାରିବୁ..!!

ଅନ୍ତସାରଶୁନ୍ୟ ନଭଟିଏ ହୋଇ..

ଏ ଧରାର ଆତ୍ମବିସ୍ମୃତ ଆତ୍ମସମର୍ପଣକୁ..!!??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics