ସିଧାକଥା ୬
ସିଧାକଥା ୬
ମାଟି ଆକାଶ ପାଣି ପବନ ଅଗ୍ନିରେ ଗଢ଼ା ଦେହ,
ସେହି ଦେହଟି କହୁଛି ମୋତେ ଆହୁରି କିଛି ଦିଅ ।
ପ୍ରକୃତି ଯାଚି ଦିଏ ପବନ ଅମାପ ମାଟି ପାଣି,
ଖୋଲା ଆକାଶ ସୂର୍ଯ୍ୟ କିରଣ ଦିଏ ମାଟିରେ ବୁଣି ।
ସବୁ ମାଗଣା ମିଳେ ପ୍ରଚୁର ପ୍ରକୃତି କରେ ଦାନ,
ତଥାପି ନିଜେ ମଣୁଛୁ ଆମେ ଗରିବ ଦୀନ-ହୀନ ।
ମାଟି ମୁଠାଏ ମିଳେନା ଏଠି ଚାରା ରୋପିବା ପାଇଁ,
ପାଣି ମୁନ୍ଦାଏ ପିଇବା ପାଇଁ କିଣେ ବଜାର ଯାଇ ।
ପବନ ଏଠି ସାତ ସପନ କୋଠା ହେଇଛି ଠିଆ,
ନୀଳ ଆକାଶ ଦିଶେନା କିନ୍ତୁ ଝରି ପଡୁଛି ନିଆଁ ।
ମାଗଣା ଥିଲା ଜାଳେଣି ଏବେ ଗ୍ୟାସ ହୁଏ କିଣା,
ମାଟି ଝୁଡ଼ିଏ ପଚାଶ ଟଙ୍କା କରୁଛି ବାଟବଣା ।
ସବୁ ତ କିଣା-ବିକାରେ ଚାଲେ ବାହାର ଚକଚକ,
ଭୁଲି ଗଲୁଣି ପ୍ରକୃତି ଦାନ ସମୟର ଏ' ଡାକ ।
#ସିଧାକଥା
