ସିଧାକଥା-23 ସ୍ନେହ କାଙ୍ଗାଳ
ସିଧାକଥା-23 ସ୍ନେହ କାଙ୍ଗାଳ
ସ୍ନେହ କାଙ୍ଗାଳ ଜୀବ ସକଳ ଶରଧା ଟିକେ ପାଇଁ,
କୁକୁର କହେ ମାଉଁସ ପରେ ଆଉଁସି ଦିଅ ଭାଇ |
ଗଛ କହୁଛି ପାଣିଠୁଁ ବେଶି ପ୍ରିୟ ଶୀତଳ ବାଆ,
ମାଆ କହୁଛି ସଂପତ୍ତି ଠାରୁ ବେଶି ପ୍ରିୟ ମୋ ଛୁଆ |
କଳାକାର ଯେ ଧନଠାରୁ ସେ ତାଳିକୁ ଭଲପାଏ,
କବି-ଲେଖକ ଲେଖା ପଢିଲେ ଲେଖକ ଧନ୍ୟ ହୁଏ |
ମାଟି ମା' କହେ-ପୂଜା ଖୋଜେନା ସ୍ଵଚ୍ଛ ସୁନ୍ଦର ଚାହେଁ,
ଖାଇବା ଠାରୁ ଗେଲ ଟିକିଏ ବଢିଆ-ଶିଶୁ କହେ |
ଦିଅ ନ ଦିଅ ଅନ୍ନ କି ଧନ କହିଲେ ମିଠାକଥା,
ବୁଢା-ବୁଢୀଙ୍କ ମନର ଦୁଃଖ ଯାଏ-ଦେହର ବ୍ୟଥା |
ହାତରେ ଆମ ଅମୃତ ଛୁଆଁ କଥାରେ ମିଠା ଅଛି,
ସ୍ନେହ ଶରଧା ଦେବାକୁ ଧନ ଶ୍ରମ ଲାଗେନା କିଛି |
