STORYMIRROR

KRUTIBAS NAYAK

Classics Inspirational

3  

KRUTIBAS NAYAK

Classics Inspirational

ସିଧା କଥା-୬୩

ସିଧା କଥା-୬୩

1 min
202


ପ୍ରେମ ହିଁ ବିଫଳ ପ୍ରେମ ହିଁ ଦୁର୍ବଳ ଯେଉଁଠାରେ ସତ୍ୟନାହିଁ,

ସତ୍ୟ ହିଁ ପ୍ରେମକୁ ଦୃଢ଼କରି ରଖେ ସତ୍ୟ ସବୁଠାରେ ଦାୟୀ |


କ୍ଷୀର ହାଣ୍ଡି ସିନା ଅମୃତରେ ଭରା ସୁଆଦିଆ ମନମୋହେ,

ବିଷ ବିନ୍ଦୁଟିଏ ପଡ଼ିଲେ ସେଥିରେ ସବୁଯାକ ବିଷ ହୁଏ |


ଧନ ଜନ ମାନ କୋଟି ସନମାନ ତୁଚ୍ଛ ହୋଇଯାଇ ପାରେ,

ନିଜଲୋକ ଯଦି ମନକୁ ନ ବୁଝି କଟୁକଥା କହେ ଥରେ |


ବାପା-ଭାଇ ଅଜା ନାମ ଧରି ଯିଏ ନିଜ ପରିଚୟ ଦିଏ,

ନିଜର ଯୋଗ୍ୟତା ଜଣା ପଡ଼ିଗଲେ ଦିନେ ଅପଦସ୍ତ ହୁଏ |


ସୂର୍ଯ୍ୟ ସଂଗେ କେବେ ତାରା କିବା ଚନ୍ଦ୍ର ହେବେନାହିଁ ତୁଳନୀୟ,

ନିଜ ତେଜ ବେଗ ଗୁଣନେଇ ଯେଝା ସ୍ଥାନେ ନିଜେ ମହନୀୟ |


ସମସ୍ତଙ୍କ ପାଇଁ ବହୁ ମୂଲ୍ୟବାନ ତାଙ୍କ ନିଜସ୍ୱ ସମୟ,

ଆମ ପାଇଁ ଯିଏ ସମୟକୁ ଦିଏ ସିଏ ଦେବତା ନିଶ୍ଚୟ |


#ସିଧାକଥା


Rate this content
Log in

Similar oriya poem from Classics