STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ସିଦ୍ଧି

ସିଦ୍ଧି

1 min
166

କଠୋର ସାଧନା ରହିତ

ଅଥଚ ସଦା ସିଦ୍ଧି ପ୍ରତ୍ଯାଶୀ

ପ୍ରବଞ୍ଚକ ପ୍ରତାରକ ସାଧକଟିଏ ମୁଁ

ଯିଏ ଚାହେଁ କେବଳ ସାଫଲ୍ୟ

ହିଁ ସାଫଲ୍ୟ ବିନା ଅଧ୍ୟବସାୟ

ବିନା ପରିଶ୍ରମର ବିନିମୟରେ।


ବିନା କର୍ମରେ ସାଫଲ୍ୟ ମଣ୍ଡିତ

ହୋଇବା ମୋହର ଏକମାତ୍ର ଆଶା

ବିନା ଯୁଦ୍ଧରେ ବିଜୟଶ୍ରୀ ପ୍ରାପ୍ତିର

କାମନାରେ ଉତଫୁଲ୍ଲିତ ମନ ପ୍ରାଣ ମୋର

କେବେ ହୋଇନି କଠୋର ସାଧନାରେ ଲିପ୍ତ।


ବିନା ସମର୍ପିତ କାୟମନୋବାକ୍ଯରେ

ଅଧାପନ୍ତରିଆ ଲୋକଦେଖାଣିଆ ମୋହରି

ସାଧନା ତଥାପି ସିଦ୍ଧି ପ୍ରାପ୍ତି ପାଇଁ

ମୁଁ ଅପଲକ ନୟନରେ ଅପେକ୍ଷାମାଣ

ମନୋରଥ ମନୋବାଞ୍ଛା ସକଳ

ସିଦ୍ଧ ପ୍ରାପ୍ତ ହେବାକୁ ତତ୍ପର ବ୍ୟାକୁଳ।


ବିନା କର୍ମରେ ଫଳ ନାସ୍ତି ସିଦ୍ଧି ଶୂନ୍ଯ

ମୁଁ ଜାଣେ ସବୁ ସତ୍ଯ ଉପଦେଶ ଦର୍ଶନ

ଜାଣି ଜାଣି ବି ଅଜଣା ବନିବାର ଅଭିନୟ

କରୁଥାଏ ବାର ବାର ଶତ ସହସ୍ର ବାର

ଛଳନା ଆଚରଣ ଆତ୍ମ ପ୍ରବଞ୍ଚନାରେ

ଲଭୁଥାଇ ସିଦ୍ଧି ପ୍ରାପ୍ତିର ବୈକଳ୍ପିକ ସୁଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract