STORYMIRROR

ବି. ନିରୁପମା

Abstract

2  

ବି. ନିରୁପମା

Abstract

ସିଆଣା ହେଲାଣି କେତେ

ସିଆଣା ହେଲାଣି କେତେ

1 min
115

କଦମ୍ବ ଡାଳରେ କହ୍ନେଇ ଝୁଲୁଛି

ଧ୍ୟାନ ରଖିଥା ଲୋ 'ସୁଧା

ଯମୁନାରେ ଏବେ ସ୍ନାନ ମୁଁ କରୁଛି

କାଳେ ଆସିବ କି ବାଧା


ଘରେ ଖାଲି ସିଏ ରାହା ଧରୁଥିଲା

କୋଳରେ ହୋଇଲା ତୁନି

ଶେଯ କି ଝୁଲଣା ଯେଉଁଠି ଶୋଇଲେ

ମନ ତା'ର ମାନିଲାନି


ହାତ ବଢ଼ାଇକି ଟାଣି ହେଲା ଖାଲି

ମୋ ସାଥେ ଆସିବା ପାଇଁ

ମୋ ଧନ ଆଖିରୁ ଲୁହ ପୋଛି ତେଣୁ

କାଖେଇ ଆସିଲି ନେଇ


କଦମ୍ବ ଡାଳର ଝୁଲଣାରେ ଝୁଲି

ପକ୍ଷୀଙ୍କୁ ଡାକୁଛି ଧନ

ସୁଧାମୟୀ ଆଲୋ,ଏତେଦିନ ପରେ

ଭାରି ଖୁସି ତା'ର ମନ


ଏଡ଼ିକି ବକଟେ ଛୁଆ ସିନା ସିଏ

ସିଆଣା ହେଲାଣି କେତେ ,

ଜଣା ପଡ଼ିଲାଣି ଆଗକୁ ଏ ମୋର

ନାଆଁ ରଖିବ ମରତେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract