STORYMIRROR

Barsha Swain

Inspirational

3  

Barsha Swain

Inspirational

ଶଯ୍ୟାଶାୟୀ ହେଲ କି କଲମ

ଶଯ୍ୟାଶାୟୀ ହେଲ କି କଲମ

1 min
171

ଦିନେ ଥିଲ ତୁମେ ଚିର ବିପ୍ଲବୀ 

କରୁଥିଲ ଯୁଦ୍ଧ ପୁରେ ପୁରେ ।

ଅସହାୟ ଦଳିତ ପାଇଁ ତହିଁ ବାଜୁଥିଲା, 

ରଣବାଦ୍ୟ ହୋଇ ଝଙ୍କାରିତ 

ଆଜି କିଆଁ ତୁମ ମୁନ ଯେ ଅଚଳ,

ଦିଶୁନାହିଁ ପୂର୍ବ ଅନୁରାଗ ଆଗ୍ରହ ।

ହଜିଗଲ କି ତୁମେ ?

ସେ ନିଃସ୍ତବ୍ଦ ପ୍ରହରେ, 

ଭୁଲିଗଲ କି ପାଇ ସ୍ୱାଧୀନତା ବାରେ। 

ନିଜ ଜୀବନକୁ ସାର୍ଥକ କରି

କବିର ବାର୍ତ୍ତାକୁ ବହନ କରି 

ଜାଳୁଥିଲ ଅନ୍ଧାରନାଶି ଦୀପ। 

    କଙ୍କାଳ ଦେହରେ ଜୀବନ୍ୟାସ ଭରି

    ସୁପ୍ତକୁ ଜାଗ୍ରତ କରି

    ଦେଇଥିଲ ଦିନେ କି ମନ୍ତ୍ରଣା

   ଦୁର୍ବଳ ଖଡ୍ଗ ଧରି ସବଳ ଉପରେ କରିଥିଲା ପ୍ରହାର। 

    ସରିଗଲା କି ତୁମ କାର୍ଯ୍ୟକାଳ 

    ଅବସର ନେଲ ଭାବି

    ଏଇଦେଖ ତୁମେ ସୁପ୍ତବୋଲି, 

    ପୁଣି ଦୁର୍ନୀତି ହୋଇଛି ଟେକି,

    ତାଡନା, ଲାଞ୍ଛନା,ଦଳିତ,ନିଷ୍ପେସିତ

    .. ଧର୍ଷଣ ଯାଇଛି ବ୍ୟାପି ।

    ଫେରିଆସ ତୁମେ ଶଯ୍ୟାତ୍ୟାଗ କରି, 

    ମୁନକୁ ସଜାଡି ଉଠାଅ ଅସ୍ତ୍ର ଥରେ

    ବଦଳାଇଦିଅ ନିଜ ଲେଖନୀରେ, 

    ଦଳିତର ଭାଗ୍ୟ ଭବିଷ୍ୟ ।

    ଖେଳାଇଦିଅ ଏ ଧରଣୀ ବୁକୁରେ

    ସତ୍ୟ, ଧର୍ମ, ନ୍ୟାୟର ଜୟଗାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational