ଶ୍ୟାମ ନଇଲେ ମୋ ପୁର
ଶ୍ୟାମ ନଇଲେ ମୋ ପୁର
ଆଗୋ ଦୂତି ଆଜ ରାତି ଶ୍ୟାମ
ନଇଲେ ମୋ ପୁର ,
ଚାହିଁ ରହିଥିଲି ବାଟ ହୋଇ
ମୁଁ ଗୋ ଉଜାଗର ।
ନାନା ଜାତି ଫୁଲ ତୋଳି,
ଗୁନ୍ଥି ରଖିଥିଲି ମାଳି ।
ଅଗୁରୁ ଚନ୍ଦନ ବୋଳି
ପାଛୋଟି ଥାଆନ୍ତି ଘର ।
ଆଗୋ ଦୂତି ଆଜ ରାତି ଶ୍ୟାମ
ନଇଲେ ମୋ ପୁର,
ତାଙ୍କ ଲାଗି ସିନା ମୁହିଁ ,
ସାଜିଥିଲି ଶୋଭାମୟୀ ।
ଅଟକି ରହିଲେ କାହିଁ
ହେଲା କି ବିପଦ ଘୋର !!
ଆଗୋ ଦୂତି ଆଜ ରାତି ଶ୍ୟାମ
ନଇଲେ ମୋ ପୁର,
ଦିଅ ତାଙ୍କରି ବାରତା ,
ଦୂର ହେବ ମନୁ ଚିନ୍ତା ।
ଉଙ୍କି ମାରେ କେତେ କଥା
ହୃଦୟ ହୋଇବ ସ୍ଥିର ।
ଆଗୋ ଦୂତି ଆଜ ରାତି ଶ୍ୟାମ
ନଇଲେ ମୋ ପୁର,
ଚାହିଁ ରହିଥିଲି ବାଟ ହୋଇ
ମୁଁ ଗୋ ଉଜାଗର ।
ଆଗୋ ଦୂତି ଆଜ ରାତି ଶ୍ୟାମ
ନଇଲେ ମୋ ପୁର ।
