STORYMIRROR

ବି. ନିରୁପମା

Fantasy

4  

ବି. ନିରୁପମା

Fantasy

ଶ୍ୟାମ ନଇଲେ ମୋ ପୁର

ଶ୍ୟାମ ନଇଲେ ମୋ ପୁର

1 min
345


ଆଗୋ ଦୂତି ଆଜ ରାତି ଶ୍ୟାମ

ନଇଲେ ମୋ ପୁର ,

ଚାହିଁ ରହିଥିଲି ବାଟ ହୋଇ 

ମୁଁ ଗୋ ଉଜାଗର ।


ନାନା ଜାତି ଫୁଲ ତୋଳି,

      ଗୁନ୍ଥି ରଖିଥିଲି ମାଳି ।

ଅଗୁରୁ ଚନ୍ଦନ ବୋଳି

   ପାଛୋଟି ଥାଆନ୍ତି ଘର ।


ଆଗୋ ଦୂତି ଆଜ ରାତି ଶ୍ୟାମ

ନଇଲେ ମୋ ପୁର,


ତାଙ୍କ ଲାଗି ସିନା ମୁହିଁ ,

     ସାଜିଥିଲି ଶୋଭାମୟୀ ।

ଅଟକି ରହିଲେ କାହିଁ 

    ହେଲା କି ବିପଦ ଘୋର !!


ଆଗୋ ଦୂତି ଆଜ ରାତି ଶ୍ୟାମ

ନଇଲେ ମୋ ପୁର,


ଦିଅ ତାଙ୍କରି ବାରତା ,

      ଦୂର ହେବ ମନୁ ଚିନ୍ତା ।

ଉଙ୍କି ମାରେ କେତେ କଥା

    ହୃଦୟ ହୋଇବ ସ୍ଥିର ।


ଆଗୋ ଦୂତି ଆଜ ରାତି ଶ୍ୟାମ

ନଇଲେ ମୋ ପୁର,


ଚାହିଁ ରହିଥିଲି ବାଟ ହୋଇ

ମୁଁ ଗୋ ଉଜାଗର ।

ଆଗୋ ଦୂତି ଆଜ ରାତି ଶ୍ୟାମ

ନଇଲେ ମୋ ପୁର ।



Rate this content
Log in

Similar oriya poem from Fantasy