ଶ୍ଯାମାଙ୍ଗି ପ୍ରିୟା
ଶ୍ଯାମାଙ୍ଗି ପ୍ରିୟା
ଚାନ୍ଦଠୁ ସୁନ୍ଦର ସରୁ ମୁହଁ ତାର
ଫୁଲଠୁ ସୁନ୍ଦର ହସ
ଶ୍ଯାମଳ ଗାଲରେ ଖେଳଇ ଭଉଁରି
ଚାହାଣୀ କରଇ ବଶ !
ହରିଣୀ ଆଖିରେ ପେଶେ ପ୍ରୀତି ବାଣ
ହୃଦୟେ ଲଗାଇ ନିଆଁ
ତନୁମନ ଜଳେ ତା ମିଠା ପରଶେ
କାମିନୀ କରେ କିମିଆଁ ।
ରକ୍ତିମ ପାଖୁଡା ଓଠ ଦୁଇ ଧାର
କୋମଳ ଗୋଲାପ କଢି
ଆଶକ୍ତି ବଢାଏ ଆଭୁଷଣେ ତାର
ଜରୀ ଲଗା ପାଟ ଶାଢୀ !
ରେଶମୀ ତା ଗଭା ରୋମାଞ୍ଚିତ ଆଭା
ଉତ୍ପନ୍ନେ ଜିଜ୍ଞାସା ତୃସ୍ନା
ମୟୂରୀ ଶ୍ଯାମାଙ୍ଗି ଇଶାରାରେ ଭଙ୍ଗି
ସୁବାସେ ସୁରଭି ବାସ୍ନା !
ପ୍ରିତୀ ତରଙ୍ଗିଣୀ ବଚନ ରାଗିଣୀ
ଅଷ୍ଟ ଅଳଙ୍କାରେ ଉଭା
ନୀଳାଞ୍ଜନା ପ୍ରିୟା ଘନ ସିକ୍ତକେଶି
ସୁବର୍ଣ୍ଣେ ସରସୀ ଶୋଭା ।
ମନ ଅସ୍ତବ୍ଯସ୍ତ ଆଜ୍ଞାନ ମୁଁ ବଶ
ମଧୁର ଇଙ୍ଗିତ ପାଇ
ମୃଦୁ ମୃଦୁ ହସି ଦେଉଥାଏ ପେଶି
ଉତ୍ ଫୁଲ୍ଲିତ ଭରା ନଇ ।
ତ୍ରିଭୁବନ ଶ୍ରେଷ୍ଠ ପରମ ସୁନ୍ଦରି
ଶ୍ଯାମାଙ୍ଗି ଶୋଳଷି ପ୍ରିୟା
ଆଶାଢ ଆକାଶେ ମେଘଖଣ୍ଡ ସେହି
ବିସ୍ତାରିଣ ଗଲା କାୟା ।

