STORYMIRROR

Binay Mohapatra

Abstract

3  

Binay Mohapatra

Abstract

ଶୂନ୍ୟତାରେ ପୂର୍ଣ୍ଣତା

ଶୂନ୍ୟତାରେ ପୂର୍ଣ୍ଣତା

1 min
26.7K


ଟିକିଏ ନୀରବି ଯାଅ,
ନିଃଶବ୍ଦ ରେ ଶୁଣ, ସ୍ପଷ୍ଟ ଶବ୍ଦ ‘ନିଃଶବ୍ଦତା’ ର ।
ଏବଂ ‘କିଛି ନାହିଁ’’ ର ବ୍ରହ୍ମାଣ୍ଡ ରେ,
ଶୂନ୍ୟତା ରେ, ‘ପୂର୍ଣ୍ଣତା’ କୁ ଅନୁଭବ କର ।

ଆଖି ବନ୍ଦ କର ଏବଂ ଦେଖ,
‘କିଛି ନାହିଁ’ ର ସୃଷ୍ଟି କିପରି,
ସୃଜନ ରେ ବ୍ୟସ୍ତ ।
ଶୂନ୍ୟ କେବଳ ‘କିଛି ନ ଥିବାର’,
ପରିଭାଷା ନୁହେଁ,
ଶୂନ୍ୟ ‘ସବୁ କିଛି’ ଥିବାର ଆଭାସ ।
ସବୁ କିଛି ଦୃଶ୍ୟ ନୁହେଁ ଏଠି,
ହେଲେ, ସବୁ କିଛି ଦେଖିବାର ଆଶା ।
କିନ୍ତୁ, ନୟନ ତ ବନ୍ଦ ରହିଛି ସର୍ବଦା,
ଆଶାର, ଆଶଙ୍କାର, କାମର, କାମନାର
ଲୋଭ, ଅହଂଙ୍କାର, ଇର୍ଷା, ଘୃଣା, ହିଂସାର,
ତେଜସ୍ୱ କିରଣେ ଦୃଷ୍ଟି ଯେ ଝଲସି ଯାଇଛି,
ଶୂନ୍ୟକୁ ଦେଖିବାର ସାମର୍ଥ୍ୟ ହରାଇ ବସିଛି ।

ନିଃଶବ୍ଦ ଏ ମହାଶୁନ୍ୟ ‘ଶୂନ୍ୟ ଶବ୍ଦ’ ନୁହେଁ
କାନ ବନ୍ଦ କର, ଏବଂ ଶୁଣ,
ଅନ୍ତରୀକ୍ଷେ ସେ ନିନାଦିତ,
ଗୁରୁ ଗମ୍ଭୀର ନାଦକୁ ।
ସେ ‘ନାଦ ବ୍ରହ୍ମ’ କୁ ଆତ୍ମସାତ କର,
ସେ ନାଦରେ ଭିଜି ଯାଅ,
ହଜାଇ ଦିଅ ନିଜକୁ,
ଶୂନ୍ୟତାର ଅନନ୍ତ ଅନୁଭୂତି ରେ,
ନିଜର ଶୂନ୍ୟତା, ମହାଶୂନ୍ୟତାରେ
ଏକ କରି ଦେଇ, ନିଜକୁ ଆଉ ନ ଖୋଜିବାର
ଅନୁଭୁତିରେ ନିଜକୁ ପ୍ଲାବିତ କର ।

ଅନ୍ତସଲିଳା ସେ ଫଲ୍ଗୁ ଧାରା
ତୁମର ନିଜସ୍ୱ ଅମୃତ,
ପାରିବ ତ, ଆକଣ୍ଠ ପାନ କର,
ମୃତ୍ୟୁ, ଅମୃତ୍ୟୁ ର ପରିଧି କୁ,
ଲଙ୍ଘିବାର ସାମର୍ଥ୍ୟ ତୁମର ।
ସେହି ଶୂନ୍ୟତାରେ ନିଜକୁ ଖୋଜ,
ନିଜକୁ ପାଇଲେ ସବୁ କିଛି ପାଇ ଯିବ ।

ଚେତନ ଯେ ଚୈତନର,
ଆଖି ବନ୍ଦ କରି ଯାଏ,
ଅନନ୍ତରେ ଅନ୍ତ ଖୋଜେ,
ତାର ଅଭିଳାଷା,
ସବୁ କିଛି ସୀମାବଦ୍ଧ କରି ଯିବ,
ନିଜ ଦୃଷ୍ଟିର ପରିଧୀ ଭିତରେ, ହେଲେ
କେତେ ଯେ ଅଦେଖା ରହି ଯାଏ,
ଦୃଷ୍ଟିର ପରିସୀମା ଆର ପାରେ ।
ସେ ଦୃଷ୍ଟି ର ବିଷୟ ନୁହେଁ,
ସେ କେବଳ, ଅର୍ନ୍ତଦୃଷ୍ଟିର ବିଷୟ,
ଚିନ୍ତନ ନୁହେଁ ଆତ୍ମ ଚୈତନର ବିଷୟ।

*** × ***


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract