ଶୂନ୍ୟତା ଭିତରେ ପୂର୍ଣ୍ଣତା
ଶୂନ୍ୟତା ଭିତରେ ପୂର୍ଣ୍ଣତା
ନିଃସଙ୍ଗତାର ନିର୍ଜନ ବେଳାଭୂମିରେ
ଶୂନ୍ୟତାକୁ ଆବୋରିନେଇଥିବା
ମୁଁ ଏକ ଅସହାୟ ଅସ୍ତିତ୍ୱ ।
ଆଉ......
ତୁମେ!
ମୋ' ଶୂନ୍ୟତା ଭିତରେ ପୂର୍ଣ୍ଣତାର ପରିଭାଷା ।
ଇନ୍ଦ୍ରଧନୁର ରଙ୍ଗ ପରି
ଖୁସିର ଝଲକ ନେଇ
ହୃଦୟର ସୀମା ସରହଦ ଡେଇଁ
ଧସେଇ ପସିଆସନ୍ତି ସ୍ୱପ୍ନ ଗୁଡିକ
ତୁମକୁ ନିଜର କରିବା ପାଇଁ .......
ପବନ ପରି ଶିହରିତ କରନ୍ତି
ଅମାନିଆ ଇଚ୍ଛାଗୁଡିକ
ତୁମକୁ ଛୁଇଁଯିବା ପାଇଁ ।
ଆଶା ଆକାଂକ୍ଷାର
କୋଳାହଳରେ କିଛି କ୍ଷଣ
ଅଲୋଡିତ ହୋଇଉଠେ
ହୃଦୟ,ମନ,ପ୍ରାଣ......
କଡ଼ଲେଉଟାଇ ଭାବିଲାବେଳକୁ
ସବୁକିଛି ଶାନ୍ତ।
କେବେ ତୃପ୍ତିରେ ଗଢ଼ିବସେ
ପ୍ରେମର ଘରଟିଏ,
କେବେ ଅବଶୋଷରେ
ଚାହିଁ ରହିଥାଏ ପ୍ରତୀକ୍ଷାରେ ।
ସମୟର ଗତି ଶିଥିଳ ହୋଇଯାଏ
ତୁମର ଟିକିଏ ନୀରବତାରେ.........
ଅଭିମାନରେ
ଜକେଇ ଆସୁଥିବା ଆଖିଦୁଇଟି
ବୋଲମାନନ୍ତି ନାହିଁ ।
ବାସ୍
ଆଉ କେତେ ଆବେଗ
ସାଉଁଟିବି ଏ ଜୀବନରେ ?
ତୁମେ ଆସିବା ପରେ
ଅନୁଭବୀଟିଏସାଜିଛି ମୁଁ.......
ଶୂନ୍ୟତା ଭିତରେ ପୂର୍ଣ୍ଣତାର ଅନୁଭବକୁ
ପାଥେୟ କରି ।