STORYMIRROR

Padmalaya Mishra

Abstract Romance Classics

4  

Padmalaya Mishra

Abstract Romance Classics

ଶୂନ୍ୟ ଅଭିସାର

ଶୂନ୍ୟ ଅଭିସାର

1 min
374


ଆସ ଆଗୋ ପ୍ରିୟେ ଯମୁନା କୂଳକୁ

ବଂଶୀର ସ୍ଵନ ଡାକେ

ଛାଡିଦିଅ ଆଜ ମାନ ଅଭିମାନ

ହସ ଫୁଟାଇ ମୁଖେ

ହସିଦେଲେ ତୁମେ ମୟୂର ନାଚଇ

କଦମ୍ବ ବନ ମହକେ ।।


ଉଛୁଳଇ ଦେଖ ଯମୁନାର ପାଣି

ଧୋଇବା ପାଇଁ ପୟର

ବଇଁଶୀ ତୋଳଇ ମିଳନ ରାଗିଣୀ

ଶୁଣି ତୁମରି ନୁପୁର

ହୃଦୟରେ ମୋର ଆଲୋଡନ ହୁଏ

ବାଜଇ ବୀଣା ଝଙ୍କାର ।।


ମଳୟ ବହୁଛି ଶୀହରାଇ ତନୁ

କରି ମତେ ଆନମନା

ଆସି ଥରେ ଶୁଣିଯାଅ ମୋର କଥା

ନକରି ଆଉ ବାହାନା 

ପ୍ରୀତିର ତରଙ୍ଗ ଉଛୁଳେ ହୃଦୟେ

ସତେ ଯେପରି ଯମୁନା ।।


ଯେତେ ଗୋପୀ ମେଳେ ରହିଥାଏ ଦେହ

ମନ ଯମୁନାର କୂଳେ

ତୁମରି ପଥକୁ ଚାହିଁ ରହିଥାଏ

ବସି କଦମ୍ବର ମୂଳେ

ତୁମେକି ନଜାଣ ତୁମ ବିନା କେହି

ନାହିଁ ନୟନ ଯୁଗଳେ ।।


ଯୁଗେ ଯୁଗେ ପ୍ରିୟା ଆମରି ବନ୍ଧନ

ପ୍ରେମ ଚଇତାଳି ଆଣେ

ମଧୁର ରୋଦନ କରୁଛି ହୃଦୟ

ତୁମରି ବିରହୀ ପଣେ

ପ୍ରତିଟି ଶ୍ଵାସରେ ଭରି ରହିଅଛ

ଦିଶୁଛ ପ୍ରତିଟି କୋଣେ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract