STORYMIRROR

pranati Mahapatra

Abstract

2  

pranati Mahapatra

Abstract

ଶୁଣରେ ପିଲେ

ଶୁଣରେ ପିଲେ

1 min
126

ଆସ କୁନି ଟୁନି ମୁନି ମୁନା ପାଖକୁ ମୋହର

କଥାଏ କହିବି ଆଜି ବସି ଏହିଠାରେ କାନକୁ ଡେର,

ତୁମଭଳି ଛୋଟ ଝିଅଟିଏ ନାଆଁଟି ତାହାର ସୁମନ

ଘର ଖାଇବା ଭଲ ଲାଗେନାହିଁ ବାହାରେ ଥାଏ ମନ

ସକାଳୁ ଉଠି ଦାନ୍ତକୁ ଘଷି ବାପା ପାଖେ ଅଳି କରେ

ନିଧିଆ ଦୋକାନ ବରା ପିଆଜି ଘୁଗୁନି ଖାଇବାରେ

ଗେହ୍ଲିଝିଅକୁ ବୁଝାଇଲେ ଯେତେ ବୁଝେ ନାହିଁ ସେ ଜମା

ବରା ପିଆଜି ଘୁଗୁନି ଆଣି ବାପା କହନ୍ତି ଖାଇଦେ ମା

ବଡ଼ ହୋଇଗଲା ସୁମନ ଝିଅ କଲେଜରେ ପାଠ ପଢିଲା

ଘର ଭାତ ପିଠା ତିଅଣ ଭୁଲି ହୋଟେଲରେ ଯାଇ ଖାଇଲା

ପୋଡାତେଲ ମସଲା ରାଗ ଜିନିଷ ସୁଆଦିଆ ଖାଦ୍ୟ ଖାଇ

ନାନା ପ୍ରକାର ରୋଗକୁ କିଣେ ନିଜ ଅଜାଣତେ ସେହି

ବଦହଜମୀ,ଏସିଡିଟି,ଗ୍ୟାସ ଏମିତିକା କେତେ କଣ

ଡାକ୍ତରଖାନାରେ ଚିକିତ୍ସିତ ହୁଏ ମାସରେ କିଛି ଦିନ ଜାଣ

କିଛି ଦିନ ଅନ୍ତେ କୁଣ୍ଡିଆ ରମ୍ପା ଘା ଘାଉଡ଼ ହୁଏ

ଅଚାନକ ଦିନେ ମୁଣ୍ଡରୁ ତାର ବାଳ ଉପୁଡି ଯାଏ

ଭୟଭୀତ ହୋଇ ତରତର ହୋଇ ଗଲା ଡାକ୍ତର ଖାନା

ପରୀକ୍ଷା କରି କହନ୍ତି ଏ ଆଧୁନିକ ଖାଦ୍ୟର ଏଭଳି କାଣ୍ଡ କାରଖାନା

ଆଜିଠାରୁ କେବେ ବାହାର ଖାଦ୍ୟ ଖାଇବ ନାହିଁ ଆଉ

ନ ମାନିଲେ କଥା ପାଇବ କଷ୍ଟ ରୋଗ ଦେଖାଇବ ଭାଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract