STORYMIRROR

ଦୀପଙ୍କର ଦାସ

Romance Inspirational

3  

ଦୀପଙ୍କର ଦାସ

Romance Inspirational

ଶୁଣ ସଖି

ଶୁଣ ସଖି

1 min
322

ଶୁଣ ସଖି କିଛି କଥା ଅଛି

ବନ୍ଧୁ ହେବି ତୁମ ପ୍ରେମିକ ପ୍ରବର ନୁହଁ

ପ୍ରେମର ଶେଷରେ ପ୍ରତାରଣା ଅଛି

ବନ୍ଧୁତ୍ୱର ଶେଷ ନୁହଁ

ରାଧା ସେଠି ଦେଖ କାନ୍ଦି କାନ୍ଦି ମରେ 

ପାଇଲାନି ଶ୍ୟାମଘନ

ସଖି ଦ୍ରୌପଦୀର କ୍ଷଣିକ କାନ୍ଦରେ

ଦେଲେ ଢାଳି କେତେ ବସନ

ରାଧା ପାଇଁ ସଖି ପ୍ରତାରଣା ବିନ୍ଦୁ

ଦ୍ରୌପଦୀ ପାଇଁକା ସିଂହାସନ ଇନ୍ଦୁ

ରାଧା ପାଇଁ ଖାଲି ଦୁଃଖ ବେଦନା

ଦ୍ରୌପଦୀ ପାଇଁକା ଯୁଦ୍ଧ କଲେ କାହ୍ନା

ପ୍ରେମର ଉଦ୍ଦେଶ୍ୟ ଯୌବନ ଛିଟା

ବନ୍ଧୁତା ଉଦ୍ଦେଶ୍ୟ ନୁହଁ

ପ୍ରେମ ଦେଇଯାଏ ଲୁହ ଭରା ଆଖି

ବନ୍ଧୁ ମୁଁହରେ ହସ ଦିଏ ଲାଖି

ବନ୍ଧୁତ୍ୱ ସକାଶେ ହତ ହେଲା ବଳି

ବନ୍ଧୁତ୍ୱ ଆଦରେ ଦଶାନନ ବଳି

ସେଥିପାଇଁ ପୁଣି କୁରୁବଂଶ ଗଲା ଜଳି

ସବୁ ଜାଣି ତୁମ୍ଭେ କିମ୍ପା କର ଅଳି।

ତେଣୁ ସଖି ଆସ ବନ୍ଧୁତା ରଚିବା

ପ୍ରେମ ଭୁଲିଯାଇ ବାହୁରେ ମିଶିବା

ତୁମର ହସରେ ହସ ମିଶାଇବି

ମୁଁହରୁ ତୁମର ଦୁଃଖ ହଜାଇବି।

ଶୁଣ ସଖି କିଛି କଥା ଅଛି

ବନ୍ଧୁ ହେବି ତୁମ ପ୍ରେମିକ ପ୍ରବର ନୁହଁ

ପ୍ରେମର ଶେଷରେ ପ୍ରତାରଣା ଅଛି

ବନ୍ଧୁତ୍ୱର ଶେଷ ନୁହଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance