STORYMIRROR

Gitanjali Pujapanda

Romance Tragedy

4  

Gitanjali Pujapanda

Romance Tragedy

ଶୁଣ ସଖା

ଶୁଣ ସଖା

1 min
213


ଶୁଣ ସଖା ମୋର ଅମାନିଆ ଆଖିର

କୋଣ ତୁମେକୁ ଖାଲି ଝୁରି ମରେ ରାତିଦିନ।

ଏଥିରେ ନାହିଁ ସଂଶୟ ମୁଁ ତୁମକୁ ସବୁ

ବେଳେ ମୋ ପାଖରେ ପାଏ ତୁମକୁ ଖୋଜିଲା ସମୟେ।

ତୁମେ ଆସ ମୋର ହୃଦୟର ଗଭୀରତାକୁ ଡେ଼ଇଁ

ମୋ ମନରେ ଭକ୍ତିପ୍ରେମର ପ୍ରଦୀପକୁ ଜଳାଇ।

ଆଉ ମୁଁ ଜଳୁଥାଏ ତୁମ ବିରହିଣୀ ହୋଇ

ତୁମ ବିନା ଏ ଜୀବନ ରୁଚେନ!! ରୁଚେନା ଏବୃଦାବନ!

ତୁମର ସେ ହସ ତୁମର ବଂଶୀର ସ୍ଵନକୁ ନିତି ଝୁରରେ ରାତିଦିନ।

ତୁମେ ବୃଦାବନକୁ ଛାଡି ଯାଇଛ ଆଉ ସାଥିରେ

ନେଇଛ ମୋ ହସ ଲୁହ ସେ ଦିନୁ ମୁଁ ଯେ ଏକ ପ୍ରସ୍ତରର ରୂପ।

ମୁଁ ଯେ ରାଧା ତୁମେ କୃଷ୍ଣ ସଖା ମୋର କେମିତି ଭୂଲିଲ

ଆମ ସଂପର୍କର ଧାରା ଆଜିର ନୁହେଁ ସେ ତ ଯୁଗ ଯୁଗର ।

ରାଧେ କୃଷ୍ଣ ରାଧେ କୃଷ୍ଣ ରାଧା କୃଷ୍ଣ ଯେ ଏ ନାମକୁ

ଗାଇବ ତାର ସକଳ ଦୁଃଖ ସଂତାପ ନାଶ ହେବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance