STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଶୁକ୍ରବାର ଦିନ

ଶୁକ୍ରବାର ଦିନ

1 min
276


ଶୁକ୍ରବାର ଦିନ ବଡ଼ ଆନନ୍ଦିତ

ସପ୍ତାହରେ ମୋର ପାଳି

ମଦକୁ ପିଇକି ମୁଣ୍ଡ ଥଣ୍ଡା କରେ

ଖାଉଥାଏ ପଛେ ଗାଳି।୧

ଅଭ୍ୟାସ ମୋହର ଅଳପ ବୟସୁ

ଯେବେ ମୁଁ ଲଙ୍ଗଳା ଥିଲି

ବାଲିଧୂଳି ଘର ଖେଳରୁ ଅଭ୍ୟାସ

ମଦକୁ ଭଲ ପାଇଲି।୨

ବାପା ମୋ' କୃଷକ ବଡ଼ ଲକ୍ଷ୍ୟ ନେଇ

ଜନମ କରିଲେ କେତେ

ଭାଇ ମୋ' ଚାରୋଟି ଭଲ ପାଠ ପଢ଼ି

ଚାକିରି ନିଜର ହିତେ।୩

ଦୁଇ ଜଣ ଭାଇ ଡାକ୍ତର ସହିତ

ଜଣେ ଇଞ୍ଜିନିୟର ହେଲା 

ଆଉ ଜଣେ ଭାଇ ବଡ଼ ବ୍ୟବସାୟୀ

ଦୂର ଦେଶେ ରହିଗଲା।୪

ସାନ ପୁଅ ମୁହିଁ ମାଡ଼ ଖାଇଖାଇ 

ମଦକୁ ଛାଡିଲି ନାହିଁ

ପାଠରେ ମୋହର ଡୋରି ବନ୍ଧା ହେଲା

ରୋଜଗାର ମଧ୍ୟ କାହିଁ?୫

ବୟସ ପ୍ରଭାବେ ଧରିପଳା ହେଲି

ସୁନ୍ଦରୀ ଗରିବ ଝିଅ

ବାପା ମାଆ ମୋତେ ରାଗିକି କହିଲେ 

ଇଏତ ବେଜାତି ଖିଅ।୬

ଚେତା ମୋ' ପଶିଲା ଘର ସମ୍ଭାଳିବା

ପତ୍ନୀ ବାପା ମାଆ ଆଦି

କଠିନ ଶ୍ରମ ମୁଁ ପର ଘରେ କଲି

କେବେଠୁ ହୋଇଲି ଛନ୍ଦି।୭

ଚାରି ଭାଇ ମୋର ଅନେଇଁଲେ ନାହିଁ

ବାପା ମାଆ ଆଉ ମୋତେ

ପତ୍ନୀ ପୁତ୍ର କନ୍ୟା ସହିତ ବାହାରେ

କଟେଇଲେ ନିଜ ହିତେ।୮

ବାପାଙ୍କ ଆଖିରେ ଲୁହ ବୋହିଗଲା

ଜନମ କରିଲି କାହିଁ

ଆଶ୍ୱାସନା ଦେଲି ମୁଁ ଅଛିନା ବାପା

ତୁମର ଏ ସେବା ପାଇଁ?୯

କୁଣ୍ଢାଇ ପକାଇ କହିଲେ ପୁଅରେ

ମାଡ଼ ଦେଇଥିଲି କେତେ

ଆଜି ମୁଁ ବୁଝିଲି ଈଶ୍ଵର କାହିଁକି

ବୋଝ କରିଦେଲେ ମୋତେ?୧୦

ଲୁହ ପୋଛିଦେଇ ଯତନରେ ସେବା

କରିଲି ବାପା ମାଆଙ୍କୁ

ଶୁକ୍ରବାର ଦିନ ମଦ ଛାଡିଦେଲି 

ଶପଥ କରି ଈଷ୍ଟଙ୍କୁ।୧୧

        


Rate this content
Log in

Similar oriya poem from Abstract