STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଶୁଖା ପତ୍ର ଯେହ୍ନେ

ଶୁଖା ପତ୍ର ଯେହ୍ନେ

1 min
224

ଗୋପୀବାଳା ଦେଇଥିଲେ ପାଦ ଧୂଳି, 

ତୁମରି ଆରୋଗ୍ୟ ପାଇଁ,

ମୁଁ ତେସନ ପଦେ କାୟ ମନ ପ୍ରାଣ, 

ଢ଼ାଳିଦେବି ରଖ ସାଇଁ। 


ଦେଵଦାସୀ ଗାଏ ଶ୍ରୀଗୀତଗୋବିନ୍ଦ, 

ତୁମରି ହରଷ ପାଇଁ

ମୁଁ ମୋର ବେସୁରା କଣ୍ଠରେ ଗାଇବି, 

ତୁମ ସ୍ତୁତି ହେ ଗୋସାଇଁ। 


ସୁରୁଜ ଉଇଁଲେ କୁହୁଡ଼ି ଯେସନ, 

ଦୁରେ ଚାଲିଯାଏ ଡରି,

ତୁମ ଆବିର୍ଭାବେ ମୋ ଅନ୍ତରୁ ଯେତେ, 

କାଳି ଯାଉ ଅପସରି। 


ଗୋମୟ ଜଳରେ ଘର ଓ ଅଗଣା, 

ହୁଏ ଯେହ୍ନେ ଶୁଦ୍ଧ ପୁତ,

ତୁମ ନାମ ଜଳ ସିଞ୍ଚି ମୋ ହୃଦୟେ, 

ପୁରି ଉଠୁ ଭାବ ତତ୍ତ୍ୱ। 


କ୍ରୀତଦାସ ପରା ବିକି ଦେଇଥାଏ, 

ମୁନିବକୁ ତା ଜୀବନ,

ଦାସତୁଲ୍ୟ ତୁମ ସେବୁଥିବି ପଦ, 

ଇହ ଅବା ପରକାଳ। 


ସିଦ୍ଧ ନାଉରୀ ହେ ଏ ଭଵ ଜଳରୁ, 

ପାରି ନିଅ କରି ସାଥେ,

ତୁମେ ଏକା ସାଥି ବିପଦେ ସମ୍ପଦେ,

କାତ ଥାଉ ତୁମ ହାତେ। 


ଶୁଖାପତ୍ର ଯେହ୍ନେ ଝଡ଼ିଗଲା ପରେ, 

ପଡ଼ି ଥାଏ ବୃକ୍ଷ ତଳେ

ମୁଁ ତେସନ ଏଇ ଦେହ ଦେଲେ ଛାଡ଼ି, 

ଥିବି ତୁମ ଅଭୟ କୋଳେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract