STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ଶୁଭିଲାଣି ପାଦ ଶବ୍ଦ

ଶୁଭିଲାଣି ପାଦ ଶବ୍ଦ

1 min
111


ମନ ଉପବନେ ଗାଉଛି କୋଇଲି

ମନ ଉଡିଯାଏ ପବନେ ଦୋହଲି

ହୃଦୟରେ ଫଲ୍ଗୁ ପରଶ ଚହଲି

ଧରା ପରେ ନୃତ୍ୟ ଗୀତ ଆସର

ଜିରୋ ନାଇଟ ଡ୍ୟାନ୍ସ ବରାବର

ନବବର୍ଷର ପହିଲି ସକାଳ ବେଭାର

ନେଇ ଆସିଅଛି ଶେଷ ଡ଼ିସେମ୍ବର

ଝୋଲି ଭରିଦେଇ ସାନ୍ତାକ୍ଲଜ ବଡଦିନର

ଶୁଭେ ଛମ ଛମ ପାଦ ଶବ୍ଦ କାର

ନବବର୍ଷ ଆସୁ କାକର ଟୋପାରେ

ଅଳତାର ପାଦ ଶୁଭ ପୁଲକରେ

ପାଉଁଜିର ସ୍ୱର ନୁପୁର ପ୍ରକାର

ଝୁଣ୍ଟିଆ ପାଦ ଦିଶେ ରାଧା ରାଣୀଙ୍କର

ଦେବା ନେବା କଥା ପଛକୁ ଥାଉ

ନବବଧୂ ପରି ନବବର୍ଷ ଆସିଯାଉ

ପତ୍ରର ରନ୍ଦ୍ରରେ ମୁକୁଳ ବଉଳୁଥାଉ

ରାଗ ଅଭିମାନ ପଛକୁ ଯାଉ

ସବୁ ଦିନ ନୁହେଁ ଭାବ ପୀରତି

ସବୁ ରାତି ନୁହେଁ ଚାନ୍ଦିନୀ ରାତି

ସବୁ ମନ ଏକା ଉଠେନା ମାତି

ନବବର୍ଷ ପାଦ ପଡୁ ଝଟତି

କହି ଓଁ ଶାନ୍ତି ଗାଇ ପ୍ରୀତି ଗୀତି

ଭାଇଚାରା ଉଠୁ ମାତି ଜାତି ସଂହତି

ଗାଁରୁ ସହର ଜିଲ୍ଲାରୁ ନଗର ଦେଶ ରାଇଜର

ଶୁଭ ପାଦ ଶବ୍ଦେ କଟୁ ଦୋଷ ଦୁର୍ଗତି

ନବବର୍ଷର ପାଦ ଦୁଇରେ କେତେ ଜନଶ୍ରୁତି

ଏ ନବବରଷ ନେଇ ଆସୁ ଅଛି ଜାଗୃତି ।


Rate this content
Log in

Similar oriya poem from Abstract