ଶୁଭ ମିଳନ
ଶୁଭ ମିଳନ
ଅଧର ଗୋଲାପ ତଳୁ ଲଳିତ ସୁବାସ
ବିଞ୍ଚି ଦିଅ ଗୋ ସଜନୀ ତୁମ ମଲ୍ଲୀହାସ ।
ମାନସ ଗଗନ ମୋର ହୋଇ ଆଲୋକିତ
ଏଡିଦେଇ ତମ ରାଶି ହେଉ ପୁଲକିତ ।
ସକଳ ବାସନା ଘେରି ଯେଉଁ ବାୟୁ ବହେ
ଖର ଶ୍ୱାସେ ନାସାରନ୍ଧ୍ରେ ମନ ପ୍ରାଣ ଦହେ ।
ତୁମକୁ ସଜନୀ କରି ହୃଦ ଅଧିଷ୍ଠାତ୍ରୀ
ମୁକତି ଲୋଡିବି ଯେହ୍ନେ ଦେବଯାତ୍ରୀ ।
ଆଶା ପ୍ରତିଆଶା ମୁହୁର୍ମୁହୂ କଳପନା
ଅଭିଳାଷ ଗଢ଼ା ଭଙ୍ଗା କେତେ ଜଳପନା ।
ତେସନ ଘୂରଇ ତବ ଚଉପାଶେ ସହୀ
ସବୁ ଦୁଃଖ ଗ୍ଳାନି ସବୁ ଅନାୟାସେ ବୋହି ।
କୋମଳ କରେ ପରଶି ଅଙ୍ଗ ମୋର ପୂତ
କରିବ କି ସହୀ ଆସି ପ୍ରେମ ବାସେ ଦ୍ରୁତ ।
ତୁମ ରୂପ ଗୁଣ ସହୀ କରିଣ ଶ୍ରବଣ
ସକଳ ଇନ୍ଦ୍ରିୟ ଚାହେଁ ତୁମରି ମିଳନ ।