ଶୁଭ ଆଶିର୍ବାଦ ଆଉ କିଏ ଦବ
ଶୁଭ ଆଶିର୍ବାଦ ଆଉ କିଏ ଦବ
ପିତୃ ହରା ଦୁଃଖ ମନରୁ ଲିଭିନି
କାହିଁ ଗଲ ଛାଡି ମାମା ,
ତୁମେ ଥିଲ ଆମ ସନ୍ତକ ପ୍ରତୀକ
ଭଲ ଲାଗୁ ନାଇଁ ଜମା ! !
ହାୟରେ ବିଧାତା କଲୁରେ ହୀନସ୍ତା
ଏତେ ବଡ ଦଣ୍ଡ ଦେଲୁ ,
ବାପାମାଆ ମୋର ଦୁଃଖର ସୁଖର
କାହିଁତୁ ଛଡ଼େଇ ନେଲୁ ! !
ଆଖିରୁ ଝରୁଛି ଲୋତକର ଧାର
ହୃଦୟ କାନ୍ଦୁଛି ମୋର ,
ହସ ଲିଭିଗଲା ସ୍ମୃତି ହଜିଗଲା
ଦୁଃଖ ଆମ ସହୋଦର ! !
ଶୁଭ ଆଶିର୍ବାଦ ଆଉ କିଏ ଦବ
ମନ୍ଦିରେ ନାହାଁନ୍ତି ଦିଅଁ ,
କେଡେ ହତଭାଗ୍ୟ ତୁମ୍ଭରି ସନ୍ତାନ
ହୃଦୟେ ବଢୁଚି କୋହ ॥
ସୁଧାମୟୀ ମାଆ ସୁବଳ ସୁ-ବାପା
ଜନ୍ମଦାତା ଜନ୍ମ ଦାତ୍ରୀ ,
ମହାନ୍ତି ବଂଶର ଅମୂଲ୍ୟ ସମ୍ପଦ
ଦୁହେଁ ଆଜି ସ୍ୱର୍ଗବାସୀ ॥
ଗୁରୁଜନ ଶୂନ୍ୟ ମହାନ୍ତି ଆବାସ
ଆଉକେ ସାନ୍ତ୍ଵନାଦେବ ,
ତବ କନ୍ୟା ପୁତ୍ର ଝୁରୁଛନ୍ତି ମାତ
ଆଉକି ସାକ୍ଷାତ ହବ ! !
କରିଥିଲୁ ଆଶା ହେଲୁତ ନିଆଶା
ସ୍ଵପ୍ନ ନିଦ ଗଲା ହଜି ,
ବାପା ନାହିଁ ବୋଲି ଯାଇଥିଲୁ ଭୁଲି
ଅଛନ୍ତି'ତ ମାତୃ ଶକ୍ତି ! !
ତବ କନ୍ୟାବାଳି କାନ୍ଦନ୍ତି ବାହୁନି
କେତେ'ସେ ସହିବେ ଦୁଃଖ ,
ଦୁଇଟି ରତ୍ନକୁ ନେଲାକେ ଛଡ଼େଇ
ଅଧୁରା ରହିଲା ସ୍ଵପ୍ନ ! !
ସାରା ନିବେଦିତା ସଂଘମିତ୍ରା ସୁତା
ବାହୁନି କାନ୍ଦନ୍ତି ନିତି ,
କାହିଁଗଲ ମାମା କାହିଁଗଲ ବାପା
ଆଖିର ସପନ ଜ୍ୟୋତି ॥
ଦେବବ୍ରତ ସୁତ ଆଖିର ସପନ
ମାଆର ସୁନା ଶଙ୍ଖାଳି ,
ଭାଗ୍ୟ ବିଡମ୍ବନା ମାଆ ଚାଲିଗଲା
ବାଜିନି ଯୋଡି ମହୁରୀ ॥
କରିନି ବିବାହ ହୋଇନାହିଁ ଯୋଗ
ରହିଗଲା ଅବଶୋଷ ,
ହେ'ସୁଧାମୟୀ ଆସ ମାଆ'ଲୋ ଫେରି
ଭାଙ୍ଗିଯା' ସଭିଁଙ୍କ ରୋଷ ॥
ଜଗତର ନାଥ ହୁଅ ସଦୟ
ତୁମ୍ଭରି ଆଶ୍ରିତ ଆମ୍ଭେ ,
ମହାନ୍ତି ବଂଶର ରଖିଥାଅ ମାନ
ସର୍ବ କୁଶଳରେ ଦମ୍ଭେ ॥
ସରଗରେ ଥାଇ ଏ'ବେନି ଦମ୍ପତି
ଶୁଭ ଆଶିର୍ବାଦ ଦ୍ଯନ୍ତୁ ,
ସେଇ ଶୁଭ ଦୃଷ୍ଟି ସାଜୁତ ସମ୍ପତ୍ତି
ମନରେ ନ'ରହୁ କିନ୍ତୁ ॥
