STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଶତାବ୍ଦୀର ମୋହ ଭଙ୍ଗ

ଶତାବ୍ଦୀର ମୋହ ଭଙ୍ଗ

1 min
248


ହଠାତ୍ ଏକ ଦୁଃସ୍ବପ୍ନ ଭାଜି ଯିବା ପରେ

ମୁଁ ସଂବିତ୍ ଫେରି ପାଇଲି

କ୍ରମଶଃ ଦୃଷ୍ଟି ପଥାରୂଢ ହେଲା

ସ୍ଵପ୍ନର ଇଲାକାରେ ଭେଟିଥିବା ଦୃଶ୍ୟାବଳୀ

ମୋ ମନଗହନର ଅନ୍ତରତମ ସତ୍ୟଟି ପ୍ରତିଭୀତ ହେଲା।

ପରବର୍ତି ଘଟଣା କ୍ରମରେ

ଅତୀତର ମଧୁ ତିକ୍ତ ସୂତି ମୋହାଚ୍ଛନ୍ନ କଲା

ମୋର ସମଗ୍ର ସତ୍ତାକୁ

କ୍ରମେ ମୁଁ ପ୍ରକୃତିପ୍ତ ହେଲି- ପ୍ରସ୍ତୁତ ହେଲି

ବର୍ତମାନକୁ ପର୍ଯ୍ୟବେକ୍ଷଣ କରି ଭବିଷ୍ୟତରେ ପାଦ ଦେବାକୁ

ମାତ୍ର ମୋର ସ୍ବପ୍ନର ଦୁନିଆ ଭାଙ୍ଗିଗଲା

ନିଷ୍ଣୁର ବର୍ତ୍ତମାନର କୁର କଷାଘାତରେ

ଭବିଷ୍ୟତର ସୁନେଲ କଳ୍ପନା ହଜିଗଲା

ଦାରୁଣ ବର୍ତ୍ତମାନର ନିଚ୍ଛକ୍ ସତ୍ୟରେ

ଜୀବନ ସଂଗ୍ରାମର ପ୍ରତିଟି କ୍ଷଣରେ ପ୍ରତିଫଳିତ ହେଲା

ଅଭାବ ଜର୍ଜରିତ, ପରାହତ କାମନାର ହୋଲି

ମୋର ସାମଗ୍ରିକ ସତ୍ତା କବଳିତ ହେଲା

ବର୍ତ୍ତମାନର ଅକ୍ଟୋପସୀ ବାହୁ ବନ୍ଧନରେ

ଜୀବନର ବକ୍ର ବନ୍ଧୁର ପାଦଚଲା ରାସ୍ତାରେ ଚାଲୁ ଚାଲୁ

ହଠାତ୍ ମୋର ମୋହ ଭଙ୍ଗ ହେଲା

ହୃଦୟର ଗୋପନତମ ପ୍ରଦେଶର ସତ୍ୟର ଅନାବରଣ ହେଲା

ଏଇ ଯେ ଅଳୀଳ ଜୀବନ-

ପାଣି ଫୋଟକାରେ ମିଳେଇ ଗଲା ଶତ ସହସ୍ର

ଆଶା ଓ ଆକାଂକ୍ଷାର ସ୍ଵଭାର

ବଦଳି ଗଲା ସମସ୍ତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ

ଅନାଗତ ଭବିଷ୍ୟତର ଅଜଣା ଆଶଂକାରେ

ଅନାବୃତ ହେଲା ଆତ୍ମିକ ଆଲୋଡ଼ନ

ଶବ୍ଦ ସବୁ ଅର୍ଥହୀନ ହୋଇଗଲେ

| ୨ ||

ଆତ୍ମୀୟ ସ୍ଵଜନ ହେଲେ ଅଲୋଡା ଅତିଥି

ସମଗ୍ର ପରିବେଷ୍ଟନୀରେ ଖେଳିଗଲା।

ଏ ଯାବତ୍ ଅନାଗାଦିତ

ପରିପୂର୍ଣ୍ଣତାର ଏକ ଅନନ୍ୟ ମହକ

ପରିବର୍ତ୍ତିତ ବାତାବରଣରେ ପରିଦୃଷ୍ଟ ହେଲା

ଅସଂଖ୍ୟା ମାନବୀୟ ପ୍ରହସନର ପରିପବ୍ଧ ମୂକସାକ୍ଷୀ

| ସେ ବେଳାଭୂମି ଜ୍ଞାନର ଅସରନ୍ତି ଭଣ୍ଡାର

ପ୍ରଭାତ କାଳୀନ ମାଙ୍ଗଳିକ ଧ୍ବନିରେ ଆମନ୍ତ୍ରିତ ହେଲା

ମୃତ୍ୟୁ ଚେତନା ଜୀବନ୍ତ ହେବାର ବେଳ

ଅଦୃଶ୍ୟ କାଳିରେ ଲିପିବଦ୍ଧ ହେଲା ଦିନ ଲିପି ଅଜ୍ଞାତବାସର ।


Rate this content
Log in

Similar oriya poem from Classics