Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharmananda Maharana

Classics Fantasy Inspirational

4.6  

Dharmananda Maharana

Classics Fantasy Inspirational

ଶରତର କାଶତଣ୍ଡୀ

ଶରତର କାଶତଣ୍ଡୀ

2 mins
191


ଏମିତି ଦିନେ ମୁଁ ବିଚରୁ ଥିଲି 

ଉଦ୍ଦେଶ୍ଯ ହୀନ ଶସ୍ୟ ଶ୍ୟାମଳ ପଥରେ,

ଯେପରି ମେଘମାଳ ଘୂରୁଥାନ୍ତି

ନଭ, ଉଚ୍ଚଗିରି, ଉପତ୍ୟକା ଉପରେ ।


ହଠାତ୍ ଦୃଷ୍ଟି ମୋ ପଡ଼ିଲା ଦଳେ

ଶରତ କାଶତଣ୍ଡୀ ପାରଦ ଧୌତରେ,

ଥାଆନ୍ତି ନଦୀପାର୍ଶ୍ଵ ବୃକ୍ଷ ତଳେ

ନାଚୁଥାଆନ୍ତି ସତେ ଶୀତଳ ସମୀରେ ।


ନିରନ୍ତରେ ଝଲସେ କାଶତଣ୍ଡୀ

ଯେହ୍ନେ ତାରକା ଚମକେ ମହାକାଶରେ,

ସେମାନେ ବିସ୍ତରି ଥିଲେ ଏପରି

ନାହିଁ ଶେଷ ତାଙ୍କରି ନଦୀ ଧାରେ ଧାରେ ।


ସୁବାସହୀନ ହୋଇଥିଲେ ସୁଦ୍ଧା

ପଟ୍ଟାନ୍ତର ନାହିଁ ତା' ରୂପ ସୌନ୍ଦର୍ଯ୍ୟର,

ହସ ହସ ବଦନରେ ଆନନ୍ଦ 

ମନରେ ଢ଼ାଳଇ ଦେଖଣାହାରୀଙ୍କର ।


ପୁଣି ଯେବେ ଆଖି ଫେରାଇ ଦେଖେ

ପତିତ ହେଲା ଥିଲେ ହଜାର ହଜାର,

ତରଙ୍ଗ ସହ ମହା ଆନନ୍ଦରେ

ମୁଣ୍ଡ ହଲାଉଥିଲେ ଜୀବନ୍ତ ଭାବର ।


ସେମାନଙ୍କୁ ମୁଁ ଚାହିଁରହିଥିଲି

ମୁଗ୍ଧ ହେବା ଛଡା କିଛି କରିନଥିଲି,

ମନରେ ମନରେ ବିଚାରୁଥିଲି

ଆହାଃ! ସତେ କି' ଅପାର ଖୁସି ଲଭିଲି ।


ଧନ୍ୟ ଧନ୍ୟ ତୁହି ରେ କାଶତଣ୍ଡୀ

ମର୍ତ୍ତ୍ୟରେ ଜନମୀ ଶୋଭା ପାଉଛୁ ତୁହି,

ଆଶ୍ଚର୍ଯ୍ୟ ମନକୁ ପଚାରୁ ଥାଇ

କି! ସୁନ୍ଦର କରି ତାକୁ ଗଢ଼ିଛି ବିହି ।


ବାଧ୍ୟରେ ଶେଷେ ଗୃହମୂଖ ହେଲି

ପଲଙ୍କରେ ଶୟନ କରିଲି କ୍ଳାନ୍ତରେ,

ସ୍ଵପ୍ନ ନିଦ୍ରାରେ ଚିତ୍ର ତା'ର ଦେଖି

କଷ୍ଟ ଭୁଲି, ନାଚି ଉଠିଲି ତା' ସଙ୍ଗରେ ।


Rate this content
Log in

Similar oriya poem from Classics